ଓଡିଶା ଯୁବ ସମ୍ମାନ ୨୦୧୯; ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ୧୭ ଜଣ ସମ୍ମାନିତ

ଭୁବନେଶ୍ୱର:ଓଡିଶା ମିଡିଆ ପକ୍ଷରୁ ପ୍ରଥମ ଓଡିଶା ଯୁବ ସମ୍ମାନ ସମାରୋହ ଆୟୋଜିତ ହୋଇଛି । ଏଥିରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୭ ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି ।

ଏହି ସମାରୋହରେ ବିଜେଡି ନେତା ଅନୁଭବ ପଟ୍ଟନାୟକ, ନାୟିକା ଅର୍ଚିତା ସାହୁ, ଅନ୍ତର୍ଜାତୀୟ କ୍ଷାତି ସମ୍ପର୍ଣ୍ଣ ଧାବିକା ଦୂତି ଚାନ୍ଦ, ଗାୟିକା ଦିପ୍ତୀରେଖା ପାଢୀ, ସାମ୍ବାଦିକ ଚୌଧରୀ ଅମିତାଭ ଦାସ ଆଦିଙ୍କୁ ସମ୍ମାନିତ କରାଯାଇଛି । ସେହିପରି  ସମାଜସେବୀ କଳ୍ପାଶା ଅଙ୍କିତା ଦାଶ, କଥାକାର ରବିନାରାୟଣ ଦାଶ, ମିସ୍ ଟିନ୍ ଡିଭା ଲାବଣ୍ୟା ଦାଶ ଆଦି ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି ।

ଯୁବ ପ୍ରତିଭାଙ୍କୁ ଚିହ୍ନଟ ଓ ସେମାନଙ୍କ ସଫଳତାକୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ଲୋକଲୋଚନକୁ ଆଣିବା ଏହି ସ୍ମମାନର ମୁଖ୍ୟ ଉଦ୍ୟେଶ୍ୟ ବୋଲି ଓଡିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ।