ରାଜ୍ୟର ସମସ୍ତ ଏକଜ୍ୟୁକେଟିଭ ଇଂଜିନିୟର ଏବଂ ଏସଡିଓ ଅଫିସ ଆଗରେ ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ହରତାଲ କରିବ ରାଜ୍ୟ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର : ରାଜ୍ୟର ଯୁବପିଢୀଙ୍କୁ ରୋଜଗାର ଦାବି ଏବଂ ଶାସକ ବିଜେଡି ସରକାରର ପିସି କାରବାର ବିରୋଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଆନ୍ଦୋଳନ ଓହ୍ଲାଇବ ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ଆସନ୍ତା ଡିସେମ୍ବର ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଏକଜ୍ୟୁକେଟିଭ ଇଂଜିନିୟର ଏବଂ ଏସଡିଓ ଅଫିସ ଆଗରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହରତାଲ କରାଯିବ । ଏଥି ସହ ଡିସେମ୍ବର ୨୫ ତାରିଖରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରି ବାଜପେୟୀଙ୍କ ଜନ୍ମତିଥୀ ଅବସରରେ ରୋଜଗାର ପରାମର୍ଶ ପଦଯାତ୍ରା ୧୪୭ଟି ବିଧାନସଭା ମଣ୍ଡଳୀରେ ଆରମ୍ଭ ହେବ ବୋଲି ଆଜି ଯୁବମୋର୍ଚ୍ଚା ତରଫରୁ ନୂଆ ଓଡ଼ିଶା ଯୁବ ସଂଯୋଜକ ମାନଙ୍କର ଏକ ସମ୍ମିଳନୀରେ ନିଷ୍ପତି ହୋଇଛି । ନୂଆ ଓଡିଶା ଗଠନ ସହ ଆଗାମୀ ରଣନୀତି ପାଇଁ ଯୁବ ସଂଯୋଜକମାନଙ୍କର ଏକ ଖସଡା ପ୍ରସ୍ତୁତ କରଗଲା ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।

 ଡିସେମ୍ବର ୨୫ ତାରିଖରୁ ରୋଜଗାର ପରାମର୍ଶ ପଦଯାତ୍ରା ୧୪୭ଟି ବିଧାନସଭା ମଣ୍ଡଳୀରେ ଆରମ୍ଭ ହେବ
 ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଭାରତରେ ଓଡିଶାକୁ ଏକ ନମ୍ବର ରାଜ୍ୟ କରିବା ପାଇଁ ଏହି ସମ୍ମିଳନୀରେ ସଂକଳ୍ପ ନେଲେ ଯୁବ ସଂଯୋଜକ
 ରାଜ୍ୟସରକାର ରାଜ୍ୟରେ କେବଳ ଦୁର୍ନତୀ, ଭ୍ରଷ୍ଟାଚାର ଏବଂ ପିସି କାରବାର ବଢାଇଚାଲିଛନ୍ତି
 ପଲ୍ଲୀସଭା ନକରି ‘ଅ।।ମ ଗାଁ ଆମ ବିକାଶ’କାର୍ଯ୍ୟକ୍ରମ ମାଧ୍ୟମରେ ଶାସକ ଦଳର ବିଧାୟକମାନେ ନିଜ ଦଳୀୟ କର୍ମୀମାନଙ୍କୁ ଟେଣ୍ଡର ଦେଉଛନ୍ତି

ରାଜ୍ୟସରକାର ରାଜ୍ୟରେ କେବଳ ଦୁର୍ନତୀ, ଭ୍ରଷ୍ଟାଚାର ଏବଂ ପିସି କାରବାର ବଢାଇଚାଲିଛନ୍ତି । ଓଡିଆ ଯୁବକମାନଙ୍କୁ ରାଜ୍ୟସରକାର ରୋଜଗାର ଯୋଗାଇଦେବାର ଅକ୍ଷମ । ନିଜର ହକ୍ର ଲଢେଇ ପାଇଁ ଏବଂ ନିଜର ଅଧିକାର ପାଇଁ ,ଏହି ଓଡିଆ ଯୁବକ ନୂଆ ସ୍ୱପ୍ନ ଦେଖୁଥିବା ବେଳେ ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଭାରତରେ ଓଡିଶାକୁ ଏକ ନମ୍ବର ରାଜ୍ୟ କରିବା ପାଇଁ ଏହି ସମ୍ମିଳନୀରେ ସଂକଳ୍ପ ନେଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ରାଜ୍ୟ ସରକାର ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଟେଣ୍ଡର ନକରି ଇଚ୍ଛା ମୁତାବକ କାମ ବାଂଟିବାକୁ ନିୟମ କରିଛନ୍ତି । ଏହା ଦ୍ୱାରା ବିଜେଡ଼ି ନେତା ତଥା ବିଧାୟକ ମାନେ ଛାୟା କଂଟ୍ରାକଟର୍ ହୋଇଯାଇଛନ୍ତି । ଯେଉଁ କାମ ସାଧାରଣ ଓଡ଼ିଆ ଯୁବକ କରି ରୋଜଗାର ରାସ୍ତାରେ ଯାଇଥାନ୍ତା ନବୀନ ପଟ୍ଟନାୟକ ସରକାରଙ୍କର ପିସିକୁ ପ୍ରୋତ୍ସାହନ ଦେବା ନୀତି କାରଣରୁ ବିଧାୟକମାନେ ସାଧାରଣ ଯୁବକଙ୍କଠାରୁ ଏହି କାମ ଛଡ଼ାଇ ନେଇଛନ୍ତି । ପଲ୍ଲୀସଭା ନକରି ‘ଅ।।ମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଶାସକ ଦଳର ବିଧାୟକମାନେ ନିଜ ଦଳୀୟ କର୍ମୀମାନଙ୍କୁ ଟେଣ୍ଡର ଦେଉଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ।

ଏହି ନୂଆ ଓଡ଼ିଶା ଯୁବସଂଯୋଜକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ତଥା ଯୁବମୋର୍ଚ୍ଚା ପ୍ରଭାରୀ ଶ୍ରୀ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଣଜିତ୍ ଦାସ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା ଓ ଏନ.ରାଜେନ୍ଦ୍ରକୁମାରଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା ପଦାଧିକାରୀ ସମସ୍ତ ଜିଲ୍ଲାର ଯୁବ ସଭାପତି ଏବଂ ଯୁବ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍)