ଯୁବ ବର୍ଗଙ୍କୁ ବିଜେପିର ଆଖି

-ବିଧିବଦ୍ଧ ଅଭିଯାନ ଓ ଏହାର ଯୋଜନା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ବୈଠକରେ ଚୂଡାନ୍ତ -ବିଜେପିକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଯୁବମୋର୍ଚ୍ଚା ତର‘ରୁ ରାଜ୍ୟର ସବୁ ଅଂଚଳ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ ପାଇଁ ବିଶେଷ ଯୋଜନା...

-ବିଧିବଦ୍ଧ ଅଭିଯାନ ଓ ଏହାର ଯୋଜନା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ବୈଠକରେ ଚୂଡାନ୍ତ
-ବିଜେପିକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଯୁବମୋର୍ଚ୍ଚା ତର‘ରୁ ରାଜ୍ୟର ସବୁ ଅଂଚଳ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ ପାଇଁ ବିଶେଷ ଯୋଜନା
-୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଏବଂ ୯ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସାରା ରାଜ୍ୟରେ ବୁଥସ୍ତର ପର୍ଯ୍ୟନ୍ତ ଅଭିଯାନକୁ କରାଯିବ ଜୋରଦାର
– ବିଜେପିର ନେସନ୍ ଫାଷ୍ଟ ୍ଓ ଗରିବ କଲ୍ୟାଣ ଯୋଜନା ଯୁବପିଢୀଙ୍କୁ ବିଜେପି ଆଡକୁ ବେଶ ଆକର୍ଷିତ କରୁିଛି

ଭୁବନେଶ୍ୱର,(ସାହସ ବ୍ୟୁରୋ ): ଯୁବ ବର୍ଗ ହିଁ ଦଳର ବଳ ହେବେ । ଯୁବ ଗୋଷ୍ଠିଙ୍କ ଭାଗୀଦାରୀ ବଢିଲେ ଦଳର ବଳ ବଢିବା । ରାଜ୍ୟରେ ମିଶନ ପୁରା କରିବା ନେଇ ଆଉ ବାଧା ରହିବନି । ସେଥିଲାଗି ରାଜ୍ୟର ଯୁବ ଗୋଷ୍ଠିଙ୍କ ଉପରେ ଆଖି ପକାଇଛି ବିଜେପି । ରାଜ୍ୟରେ ଯୁବଗୋଷ୍ଠିର ସଦସ୍ୟତା ବଢାଇବା ଉପରେ ଗୁରୁତ୍ୱ ଦେଉଛି ରାଜ୍ୟ ବିଜେପି । ରାଜ୍ୟରେ ଚାଲିଥିବା ବିଜେପିର ସଦସ୍ୟତା ଅଭିଯାନରେ ରାଜ୍ୟର ଅନ୍ୟୁନ ୧୦ ଲକ୍ଷ ଯୁବକଙ୍କୁ ଦଳର ସଦସ୍ୟ କରିବାକୁ ବିଧିବଦ୍ଧ ଅଭିଯାନ ଓ ଏହାର ଯୋଜନା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ । ୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଏବଂ ୯ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସାରା ରାଜ୍ୟରେ ବୁଥସ୍ତର ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ସଦସ୍ୟତା ଅଭିଯାନ କରାଯାଇ ରାଜ୍ୟର ଯୁବପିଢୀକୁ ସଦସ୍ୟ କରିବା ପାଇଁ ବଡ ଉଦ୍ୟମ କରାଯିବ ।


ଯୁବମୋର୍ଚ୍ଚା ନେତା କହିଛନ୍ତି ବିଜେପିକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସବୁ ଅଂଚଳ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ ପାଇଁ ବିଶେଷ ଯୋଜନା ଆଧାରରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ବିଜେପିର ନେସନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢୀଙ୍କୁ ବିଜେପି ଆଡକୁ ବେଶ ଆକର୍ଷିତ କରୁିଛି ବୋଲି ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ରାଜ୍ୟ ସଂପାଦକ ଇରାଶିଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ ଓ ଓମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love
Categories
ପଲିଟିକ୍ସ

RELATED BY