ଦଳୀୟ ପୋଷ୍ଟରେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଫଟୋକୁ ନେଇ ବିବାଦ

ବିଜେଡିର ବିକାଶ ପଥେ ରେଢାଖୋଲ ପୋଷ୍ଟରେ ଦଳୀୟ ନେତାଙ୍କ ସହ ନଳିନୀଙ୍କ ଫଟୋ

ସମ୍ବଲପୁର : ଦଳୀୟ ପୋଷ୍ଟରେ ପୂର୍ତ୍ତ ସଚିବଙ୍କ ଫଟୋ । ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକ୍ରମରେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଫଟୋ ଫୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ । ଫଟୋକୁ ନେଇ ଏବେ ଯୋର ଧରିଛି ରାଜ୍ୟ ରାଜନୀତି । ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ଲାଗି ବିଜେଡିର ବିକାଶ ପଥେ ରେଢାଖୋଲ ସମାବେଶ ପୋଷ୍ଟରେ ରହିଛି ପୂର୍ତ୍ତ ସଚିବଙ୍କ ଫଟୋ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲୀକ,ସମ୍ବଲପୁର ଲୋକସଭା ସାଂସଦ ନଗେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେଡି ମୁଖପାତ୍ର, ସାଂସଦ ତଥା ବିଜେଡିର ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଫଟୋ ସହିତ ପୋଷ୍ଟରେ ପୁର୍ତ୍ତ ସଚିବ ନଳୀନ କାନ୍ତ ପ୍ରଧାନଙ୍କ ଫୋଟ ରହିଛି।  ୨୮ ତାରିଖରେ ରେଢାଖୋଲର କଦମ୍ବ ପଡିଆରେ ଏହି ସମାବେଶ ଲାଗି ଲାଗିଥିବା ଏହି ଫୋଷ୍ଟରେ ରହିଛି ନଳିନୀଙ୍କ ଫଟୋ ।  

ଅବସର ପରେ ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ବିଜେଡିରୁ ଆଠମଲ୍ଲିକ ବିଧାନସଭାରୁ ପ୍ରାର୍ଥୀ ହେବେ ବୋଲି ଶୁଣା ଯାଉଥିଲା । ଏମିତିକି ନଳୀନି ବାବୁ ବିଜେଡି ଟିକେଟରୁ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିବାନେଇ ଆଲୋଚନା ହେଉଥିଲା ।

ଅବସର ପରେ ରାଜ୍ୟ ସରକାର ପୂର୍ତ୍ତ ସଚିବ ନଳିନୀଙ୍କୁ ଚାକିରୀ କାଳ ବଢାଇ ପୁଣି ଥରେ ପୂର୍ତ୍ତ ସଚିବ ପଦବୀରେ ଅବସ୍ଥାପିତ କରିଛନ୍ତି । ହେଲେ ଏବେ ଚାକିରୀରେ ଥାଇ ନଳିନୀ ପ୍ରଧାନଙ୍କ ଫଟୋ କିପରି ଦଳୀୟ ପୋଷ୍ଟରେ ସ୍ଥାନ ପାଇଲା ତାକୁ ନେଇ ଉଠିଛି ପ୍ରଶ୍ନ । ଚାକିରୀରେ ଥାଇ ଜଣେ ପଦସ୍ଥ ଅଧିକାରୀଙ୍କ ଫଟୋ କିପରି ପୋଷ୍ଟରେ ରହିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ହେଲେ ବିଜେଡି ଏପ୍ରସଂଗକୁ  ଏଡାଇ ଯାଇଛି। ଏପରି ଫୋଟ ଲାଗିବା  ଖବର କିଛି ନାହିଁ ବୋଲି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି। କିନ୍ତୁ ସଚିବ ପଦରେ ଥାଇ ବି ବିଜେଡିପୋଷ୍ଟରରେ ଦଳୀୟ ନେତାଙ୍କ ସହ ନଳିନୀଙ୍କ ଫଟୋ ରହିବାକୁ ନେଇ  ବଡ ବିବାଦ ଛିଡା ହୋଇଛି।