ଓଡ଼ିଶା ମହିଳା ହକି ଦଳ ଘୋଷଣା

ସିନିଅର ନ୍ୟାସନାଲ ଓ ଜୁନିଅର ନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଲେଖାଏଁ ମହିଳା ଟିମ୍‌‌

ଭୁବନେଶ୍ୱର: ଓଡ଼ିଶା ସିନିଅର ଓ ଜୁନିଅର ମହିଳା ହକି ଦଳ ଘୋଷଣା ହୋଇଛି । ସିନିଅର ନ୍ୟାସନାଲ ଓ ଜୁନିଅର ନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଲେଖାଏଁ ମହିଳା ଟିମ୍‌‌ ଘୋଷଣା କରାଯାଇଛି । ଓଡ଼ିଶା ସିନିଅର ନ୍ୟାସନାଲ ଟିମର ନେତୃତ୍ୱ ଅସ୍ମିତା ବାର୍ଲା ନେଉଥିବା ବେଳେ ଜୁନିଅର ଟିମର ନେତୃତ୍ୱ ନେବେ ଜ୍ୟୋତି ଛେତ୍ରୀ ।
ଝାନ୍ସିରେ ଆସନ୍ତା ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଓଡ଼ିଶା ସିନିଅର ମହିଳା ଦଳ ଆଜି ରାତିରେ ସେଠାକୁ ଯାତ୍ରା କରିବ । ସେପଟେ ଝାଡ଼ଖଣ୍ଡରେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜୁନିଅର ନ୍ୟାସନାଲ ପାଇଁ ଆସନ୍ତାକାଲି ଓଡ଼ିଶା ମହିଳା ଟିମ୍‌‌ ବାହାରିବ ।