୯ ତାରିଖ ଯାଏଁ ରାଜ୍ୟରେ ବର୍ଷା !

ଭୁବନେଶ୍ୱର: ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଏନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ବଜ୍ରପାତ ଓ ପ୍ରବଳ ବର୍ଷିବା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଅନ୍ୟପଟେ ଆସନ୍ତାକାଲି ଭିତରେ ଗୋଆ, ଦକ୍ଷିଣ ଗୁଜୁରାଟ, କେରଳ, ପଶ୍ଚିମ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ଲକ୍ଷଦ୍ୱୀପ ଭଳି ସ୍ଥାନରେ ପ୍ରବଳୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ସମୟରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।