୨୬ରୁ ଛେଚିବ ବର୍ଷା

ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏବଂ ୨୬ରୁ ୨୮ ତିନି ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସାରା ରାଜ୍ୟରେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ୨୪ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ କରାଯାଇଛି ।

ସାରାରାଜ୍ୟକୁ ମୌସୁମୀ ଛୁଇଁ ଯାଇଥିବା ବେଳେ ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । କ୍ରମେ ଏହା ଲଘୁଚାପର ରୂପ ନେଇପାରେ । ଫଳରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।