ଟ୍ୱିନ ସିଟିରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତି ୫ ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ପ୍ରଭାବରେ ଟ୍ୱିନ ସିଟିରେ ଘଡ ଘଡି ସହ ବର୍ଷା ଆରମ୍ଭ ହୋଇଯାଇଛି । ଉଭୟ କଟକ ଓ ଭୁବନେଶ୍ୱରରେ ଘଣ୍ଟାପ୍ରତି ୨ ରୁ ୩ ମିମି ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ତେବେ ଟ୍ୱିନ ସିଟିରେ ପ୍ରବଳ ବର୍ଷା ହେବା ସହ ଆକସ୍ମିକ ବନ୍ୟା ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳ ମଧ୍ୟରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲା ଦଶରଥପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।