ରାଜ୍ୟରେ ଅଗଷ୍ଟ ୧ ତାରିଖ ଯାଏଁ ଆଂଶିକ ଲକଡାଉନ୍ : ପୁରୀକୁ ଛାଡି ସବୁ ଜିଲ୍ଲାରେ ଗଡିବ ବସ୍‌

କାଲିଠୁ ସାରା ରାଜ୍ୟରେ ଖୋଲିବ ସ୍ପା, ବିୟୁଟି ପାର୍ଲର ଓ ଜିମ୍

ଭୁବନେଶ୍ବର  : ରାଜ୍ୟରେ ଅଗଷ୍ଟ ୧ ତାରିଖ ଯାଏଁ ଜାରି ରହିଲା ଆଂଶିକ ଲକଡାଉନ୍ । ରାଜ୍ୟରେ ଲକ୍‌ଡାଉନ୍ କୋହଳ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ପୂର୍ବ ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲାକୁ ଦୁଇଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । କ୍ୟାଟେଗୋରୀ ‘ଏ’ ରେ ୨୦ଟି ଜିଲ୍ଲା ରହିଥିବା ବେଳେ କ୍ୟାଟେଗୋରୀ ‘ବି’ରେ ୧୦ ଜିଲ୍ଲା ରହିଛି । କ୍ୟାଟେଗୋରୀ ‘ଏ’ ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ଯାଏଁ ଜାରି ରହିବ ନାଇଟ୍‌ କର୍ଫ୍ୟୁ । କ୍ୟାଟେଗୋରୀ ‘ବି’ ରେ ସନ୍ଧ୍ୟା ୫ରୁ ସକାଳ ୬ ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । କ୍ୟାଟାଗୋରୀ ‘ବି’ ଜିଲ୍ଲାରେ ରହିବ ସପ୍ତାହାନ୍ତ ଲକ୍‌ଡାଉନ୍‌ ।

ତେବେ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ଆସନ୍ତାକାଲିଠୁ ସାରା ରାଜ୍ୟରେ ବିୟୁଟି ପାର୍ଲର, ସ୍ପା ଓ ଜିମ୍‌ ଖୋଲାଯିବ । ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହର ଯୋଗୁଁ ଦୀର୍ଘ ୩ ମାସ ଧରି ସମସ୍ତ ବିୟୁଟି ପାର୍ଲର, ସ୍ପା, ଜିମ୍ ବନ୍ଦ ରହିଥିଲା । ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ବିୟୁଟି ପାର୍ଲର, ସ୍ପା, ଜିମ୍‌କୁ ଅନୁମତି ମିଳିଛି ।

ସାରା ରାଜ୍ୟରେ ଯାତ୍ରୀ ବାହୀ ବସ୍, ଅଟୋ ଚଳାଚଳ କରିବ । ସୀମିତ ସଂଖ୍ୟକୁ ଯାତ୍ରୀଙ୍କୁ ଯାତ୍ରା କରିପାରିବେ ବସ୍ । ଅନ୍ୟ ପାସେଞ୍ଜର ଗାଡ଼ିରେ ଡ୍ରାଇଭର ବ୍ୟତୀତ ୨ ଜଣ ଯାତ୍ରା କରିପାରିବେ । ପୁରୀ ଜିଲ୍ଲାରେ ୨୫ ଜୁଲାଇ ଯାଏଁ ବସ୍ ଚଳାଚଳ ବନ୍ଦ । ଆଉଟଡୋର ଫିଲ୍ମ ସୁଟିଂକୁ ସମଗ୍ର ରାଜ୍ୟରେ ଅନୁମତି । ତେବେ ବର୍ତ୍ତମାନ ରାଜ୍ୟରେ ପଜିଟିଭି ହାର ୩ ପ୍ରତିଶତକୁ ଖସିଛି । ରାଜ୍ୟରେ ମୋଟ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୦ରୁ ୮୦ ପ୍ରତିଶତ B କାଟାଗୋରୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏବଂ ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ତେବେ ପୂର୍ବରୁ ବାହାଘର ନେଇ ଜାରି ପୂର୍ବ କଟକଣା ବଳବତ୍ତର ରହିବ । ସ୍କୁଲ ଓ କୋଚିଂ ସେଣ୍ଟର ପୂର୍ବ ଭଳି ବନ୍ଦ ରହିବ ।

odisha unlock guidelines for month of August