ଅମୃତ ଯୋଜନା କାର୍ଯ୍ୟକାରିତା, ଆଗରେ ଓଡିଶା

ଭୁବନେଶ୍ୱର: ଅମୃତ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏ ନେଇ ପ୍ରତିକ୍ରିୟା ରଖି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏହି କାର୍ଯ୍ୟକ୍ରମରେ ଓଡିଶା ଭାରତର ଏକ ନମ୍ବର ଷ୍ଟେଟ ହୋଇଛି। ଓଡ଼ିଶା ସ୍କୋର କରିଛି ୮୫.୬୭ ।

odisha-tops-in-implementation-of-amrut-scheme

ସେହିପରି ଦ୍ୱିତୀୟରେ ଚଣ୍ଡୀଗଡ଼ କରିଛି ୭୫.୦୮ । ଆମ ଅର୍ବାନ ବିଭାଗ ତରଫରୁ ସବୁ କାମକୁ ଅଗ୍ରାଧିକାର ଭିତ୍ତିରେ ପ୍ରାଥମିକତା ଦିଆଯାଇଛି । ଭାରତ ସରକାରଙ୍କ ଅର୍ବାନ ବିଭାଗ ଆଜି ଆମ ରାଜ୍ୟକୁ ପ୍ରଶଂସା କରିଛନ୍ତି ଏବଂ ପ୍ରଥମ ହୋଇଛୁ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି ।

odisha-tops-in-implementation-of-amrut-scheme

ରାଜ୍ୟର ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଛି । ଅମୃତ ଯୋଜନା ଜରିଆରେ ପିଇବା ପାଣି ଲୋକଙ୍କ ଯୋଗାଇବା ସହ ସ୍ୱରେଜ ସିଷ୍ଟମ ସେପ୍ଟେଜ ପ୍ଲାଣ୍ଟ, ପାନୀୟଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ ,ପାର୍କର ବ୍ୟବସ୍ଥା କରାଯାଇଥାଏ । ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଏହା କାର୍ଯ୍ୟକାରୀ ହେଉଛି ।