ଖୋଲିବ ଅତିରିକ୍ତ ଡ୍ରାଇଭିଂ ଲାଇସେନ୍ସ କେନ୍ଦ୍ର, ଛୁଟି ଦିନରେ ଖୋଲା ରହିବ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍‌ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି...

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍‌ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ୍ ଶୀଘ୍ର ଖୋଲିବ।

ଖୋଲିବାକୁ ଥିବା ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣିଙ୍ଗ ଲାଇସେନ୍ସ ଦିଆଯିବ। ଭିଡ଼ ଦୃଷ୍ଟିରୁ ପ୍ରଥମେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲିବ। ପରେ ଅନ୍ୟ ସହରରେ ମଧ୍ୟ ଲୋକଙ୍କ ଭିଡ଼କୁ ଦେଖି ନିଷ୍ପତ୍ତି ହେବ ବୋଲି କହିଛନ୍ତି ପରିବହନ ସଚିବ। ଏଥିସହ ସମସ୍ତ ଛୁଟିଦିନ ମାନଙ୍କରେ ମଧ୍ୟ ଆଟିଓ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ସଚିବ।

ଏନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସେ ଚିଠି ଲେଖିଛନ୍ତି ଲର୍ଣ୍ଣିଙ୍ଗ ଲାଇସେନ୍ସ ଟେଷ୍ଟ ପାଇଁ ଅଧିକ କମ୍ପ୍ୟୁଟର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟର ଧରପଗଡ଼ ଜୋରଦାର ହୋଇଛି। ମୋଟା ଅଙ୍କର ଜୋରିମାନା ଭୟରେ ଲୋକେ ଗାଡ଼ି ଧରି ଘରୁ ବାହାରୁ ନାହାନ୍ତି। ଏନେଇ ବିଭିନ୍ନ ମହଲରେ ସମାଲୋଚନାରେ ଶିକାର ହେବା ପରେ ରାଜ୍ୟ ସରକାର ନିୟମରେ ୩ ମାସ କୋହଳ କରିଛନ୍ତି। ୩ ମାସ ଭିତରେ ଗାଡ଼ିର ସମସ୍ତ କାଗଜପତ୍ର କରିନେବାକୁ ପରାମର୍ଶ ଦିଆଯାଇଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧାରେ ଅତିରିକ୍ତ ୫ଟି ଲାଇସେନ୍ସ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love
Categories
ଓଡିଶାବଡ ଖବର

RELATED BY

  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ଗୋଦାବରୀ ନଦୀରେ ଲଞ୍ଚ୍ ବୁଡି ୨୩ ନିଖୋଜ

    ଦେବୀପଟ୍ଟନମ :ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଲଞ୍ଚ୍ ବୁଡି ୨୩ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି। ପୋଲିସ ଓ ଉଦ୍ଧାରକାରୀ ଟିମ୍ ଦ୍ଵାରା ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆନ୍ଧ୍ରପ୍ରଦେଶର...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...