ରାଜ୍ୟରେ ନିଲାମ ହେବ ୪୦ଖଣି

ଭୁବନେଶ୍ୱର:ରାଜ୍ୟରେ ୨୦୨୦ ସୁଦ୍ଧା ମୋଟ ୪୦ଟି ଖଣିର ନିଲାମ କରାଯିବ । ଏନେଇ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫ୍ଲୁଲ ମଲ୍ଲିକ ସୂଚନା ଦେଇଛନ୍ତି । 

୨୦୨୦ରେ ନିଲାମ ଅବଧି ସରୁଥିବାରୁ ମାର୍ଚ୍ଚ ସୁଦ୍ଧା ୨୪ଖଣିର ନିଲାମ ହେବ । ଆଉ ୧୬ଟି ଖଣିର ମଧ୍ୟ ପ୍ରଥମ ଥର ନିଲାମ କରାଯିବ । ଏବେ ୭ଟି ଖଣିର ନିୟମ କରାଯାଇଛି । ଏଥିରେ କଞ୍ଚାମାଲ ଯୋଗାଣ ପ୍ରଭାବିତ ହେବ ନାହିଁ । ୨ବର୍ଷ ଧରି ରାଜସ୍ୱ ବୃଦ୍ଧି ପାଉଛି  ବୋଲି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫ୍ଲୁଲ ମଲ୍ଲିକ ସୂଚନା ଦେଇଛନ୍ତି ।