ରାଜ୍ୟସ୍ତରୀୟ ଆଦିବାସୀ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ: ଫେବ୍ରୁଆରୀ ୯ ଯାଏ ଚାଲିବ

ଭୁବନେଶ୍ୱର :  ଉଦଘାଟନ ହେଲା ଆଦିବାସୀ ମେଳା ।  ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚିରାଚରିତ ଭାବେ ସାଧାରଣତନ୍ତ୍ର ଦିବସ ଅବସରରୁ ଏହି ମେଳା ଆରମ୍ଭ ହୋଇଛି। ଅନୂସୁଚିତ ଜାତି ଓ ଅନୁସୁଚିତ ଜନଜାତି ବିଭାଗ ଦ୍ବାରା ଆୟୋଜିତ ଆଜିର ୬୭ ତମ ଆଦିବାସୀ ମେଳା କୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏଥର କୋଭିଡ କଟକଣାରେ ମେଳା ଆୟୋଜନ ହୋଇଛି । ମେଳା ବୁଲିବାକୁ ପଂଜିକରଣ କରିବା ବାଧ୍ୟତାମୂଳକ କରାଯାଇଛି, ଯେଉଁଥିପାଇଁ ସ୍ବତନ୍ତ୍ର ପୋର୍ଟାଲ www.adivasimela2021.comଖୋଲାଯାଇଛି । ଯେଉଁମାନେ ପଂଜିକରଣ କରିନଥିବେ ସେମାନଙ୍କ ପାଇଁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି।

odisha state level tribal exhibition in bhubaneswar 

ସେହିପରି ଉଭୟ ଅନଲାଇନ ଓ ଅଫଲାଇନ ଆକାରରେ ହାଇବ୍ରିଡ୍ ମୋଡରେ ମେଳା ବୁଲିବା ଓ କିଣିବାର ବ୍ୟବସ୍ଥା କରାଯାଇଛି । ଏହାସହ ପୁଣି ରାଜଧାନୀ ୟୁନିଟ ୧ ସ୍ଥିତ ଆଦାବାସୀ ପଡିଆକୁ ଫେରିଛି ମେଳା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସକାଳ ୧୧ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ ।ସଂନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।  ଆଦିବାସୀ ଓ ପାରମ୍ପରିକ ସାମଗ୍ରୀ ବିକ୍ରିବଟା ପାଇଁ ୨୨ଟି ଆଇଟିଡିଏ ଯୋଗ ଦେଇଛନ୍ତି ।ଆଦିବାସୀ ମାନଙ୍କ ସାମଗ୍ରୀ ବିକ୍ରିବଟା ପାଇଁ ୯୦ ଟି ଫିଜିକାଲ୍ ଓ ୧୦ ଟି ଭର୍ଚୁଆଲ ଆକାରରେ ମୋଟ ୧୦୦ ଟି ଷ୍ଟଲ ରହିଛି । ହେଲେ ଏଥର କିନ୍ତୁ ଫୁଡ୍ କୋର୍ଟ, ଆଦିବାସୀ ଝାଟିମାଟି ଘର, ମନ୍ଦିର, ସରକାର ଙ୍କ ଦ୍ଵାରା ଲାଗୁଥିବା ଷ୍ଟଲ, ଆର୍ଟ କ୍ରାଫ୍ଟ୍ ଷ୍ଟଲ ରହିନାହିଁ।
ଆଜି ଠାରୁ ଫେବୃଆରୀ ୯ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ମେଳା ଚାଲିବ । କୋଭିଡ କଟକଣା ଭିତରେ ମାସ୍କ, ସାନିଟାଇଜେସନ କୁ ବି ଗୁରୁତ୍ୱ ଦିଆଯାଇଛି।ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଥର୍ମାଲ ସ୍କ୍ରିନିଂ କରି ଭିତରକୁ ପ୍ରବେଶ କରାଯାଉଛି।

ଇ-ମାର୍କେଟିଂ ବ୍ୟବସ୍ଥା ସହ ପ୍ରବେଶ ଦ୍ବାରରେ ସାନିଟାଇଜର ଓ ଥର୍ମାଲ ସ୍କାନର ବ୍ୟବସ୍ଥା କରାଯାଇଛି । ମେଳାରେ ୱାଇଫାଇ ବ୍ୟବସ୍ଥା କରାଯିବା ସହ ଏକକାଳୀନ ୧୫ଶହରୁ ଅଧିକ ଦର୍ଶକ ଭିତରକୁ ଯାଇପାରିବେ ନାହିଁ ।

odisha state level tribal exhibition in bhubaneswar