ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ

ଭୁବନେଶ୍ୱର : ଯାଜପୁର ଓ ପୁରୀରେ ମେଡିକାଲ କଲେଜ୍ ନିର୍ମାଣ ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଯାଜପୁରରେ ଶହେ ଶଯ୍ୟା ବିଶିଷ୍ଟ ନୂଆ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଏବଂ ପୁରୀରେ ୬୫୦ ଶଯ୍ୟାର ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ହେବ । ପୁରୀଠାରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ହସପିଟାଲ ନିର୍ମାଣ କରାଯିବ । ପୁରୀ ପାଇଁ ରାଜ୍ୟ ସରକାର ୨୨୪ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ କରିବେ। ସେହିପରି ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ କୋଠା ଓ ଅନ୍ୟଭିତ୍ତିଭୂମି ଲାଗି ରାଜ୍ୟ ସରକାର ୪୨୬ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରିବେ । ଆସନ୍ତା ୩ ବର୍ଷରେ ଏହି ଦୁଇଟି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏଲଏଣ୍ଡଟି ଏହି ଦୁଇଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ ।

ଏହି ୨ଟି ମେଡିକାଲ କଲେଜ ନିର୍ମାଣ ହେଲେ ଉଭୟ ଜିଲ୍ଲାର ସ୍ଥାନୀୟ ଲୋକ ଉପକୃତ ହେବା ସହ ସ୍ୱାସ୍ଥ୍ୟସେବା ଉନ୍ନତ ହେବ । ଏବେ ଯାଜପୁର ଓ ପୁରୀ ଜିଲ୍ଲାର ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେବା ଲାଗି କଟକ ଏସସିବିକୁ ଆସୁଛନ୍ତି । ନୂତନ ମେଡିକାଲ କଲେଜ ନିର୍ମାଣ ହେବା ପରେ ଲୋକଙ୍କୁ ନିଜ ଜିଲ୍ଲାରେ ମଲ୍ଟି ସ୍ପେଶାଲିଷ୍ଟ ସୁବିଧା ମିଳିବ । ଏହାଦ୍ୱାରା ନିକଟବର୍ତ୍ତୀ ଜିଲ୍ଲା ଲୋକ ମଧ୍ୟ ଉପକୃତ ହେବେ ।

odisha state cabinet approves medical college hospital at jajpur and puri