ରାଜ୍ୟ କ୍ୟାବିନେଟରେ ତିନି ପ୍ରସ୍ତବରେ ମୋହର, ଜାଣନ୍ତୁ କଣ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ରେ ଶନିବାର ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପୁଲିସ ସେବା ବିଭାଗୀୟ ପଦୋନ୍ନତି କମିଟି ପୂନର୍ଗଠନ ସଂପର୍କରେ ଆଲୋଚନା ହୋଇଛି। ସେହିପରି ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬ରେ ବି ସଂଶୋଧନ ଓ ଯୋଗ୍ୟତା ଭିତ୍ତିରେ ଯୁଗ୍ମ ଶାସନ ସଚିବରୁ ଅତିରିକ୍ତ ଶାସନ ସଚିବ ପଦୋନ୍ନତି ବିଷୟରେ ଆଲୋଚନା ହୋଇଛି।