ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ନୂଆ ବର୍ଷରେ ଅଧ୍ୟାପକଙ୍କୁ ୨୦୧୬ରୁ ବର୍ଦ୍ଧିତ ହାରରେ ମିଳିବ ଦରମା

ରାଜ୍ୟ କ୍ୟାବିନେଟ୍ ରେ ଲାଗିଲା ୧୨ ଟି ପ୍ରସ୍ତାବ ଉପରେ ମୋହର

ପୁରୀ : ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ପାଇଁ ସରକାର ଖୁସି ଖବର । ରାଜ୍ୟ କ୍ୟାବିନେଟ୍ ଉଚ୍ଚଶିକ୍ଷା ବିଭାଗରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କ୍ୟାବିନେଟ୍ । ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକମାନଙ୍କୁ ବର୍ଦ୍ଧିତ ହାରରେ ଦରମା ମିଳିବ ।୨୦୧୬ ଜାନୁଆରୀରୁ ବକେୟା ଭାବେ ଦରମା ପାଇବେ ଅଧ୍ୟାପକ ଓ ଅଧ୍ୟାପିକା । ପୁରୁଣା ହାରରେ ଦରମା ପାଉଥିବା ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପୂର୍ଣ୍ଣ ଦରମା ଦିଆଯିବ । ଏହା ଦ୍ବାରା ୫ ହଜାର ୨୦୩ ଅଧ୍ୟାପକ ଓ ଅଧ୍ୟାପିକା ଉପକୃତ ହେବେ ।

ଶନିବାର ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ଟି ପ୍ରସ୍ତାବ ଉପରେ ଲାଗିଲା ମୋହର ।
ସେହିପରି ଚାଷୀଙ୍କ ପାଇଁ ସରକାର ଘୋଷଣା କରିଥିବା କାଳିଆ ଯୋଜନାର ପାଣ୍ଠି ଯୋଗାଣ ପାଇଁ ସରକାର ଅଧ୍ୟାଦେଶ ଆଣିବେ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏଥିସହ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡର ଅର୍ଥରାଶି ବଢାଇବେ ସରକାର । ୪୨୦ କୋଟିରୁ ୧୬ ଶହ କୋଟି ହେବ କଣ୍ଟିଜେନ୍ସିଂ ଫଣ୍ଡ। ଏମ୍ସ ପାଇଁ ଟାଙ୍ଗୀରେ ୨ ଏକର ଜମି ଯୋଗାଇ ଦିଆଯିବ। ସାଧାରଣ ଯୋଗାଣ ବିଭାଗର ସପ୍ଲାଏ ଇନ୍ସପେକ୍ଟରମାନେ ଡିପାର୍ଟମେଣ୍ଟାଲ ଆକାଉଣ୍ଟସ୍ ଏବଂ ଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ ଇନକ୍ରିମେଣ୍ଟ ପାଇବେନି । ଫରେଷ୍ଟଗାର୍ଡ ଏବଂ ଡିଏଫ୍ଓ ନିଯୁକ୍ତିରେ ପୋଲିସ ନିଯୁକ୍ତି ଭଳି ଫିଜିକାଲ ଫିଟ୍ନେସ୍ ଉପରେ ଗୁରୁତ୍ବ ଦିଆଯିବ । ଖୁଚୁରା, ନାମମାତ୍ର ଚାଷୀଙ୍କ ପାଇଁ କୋପରିଟିଭ ଗଠନ ହେବ । ଏହାମାଧ୍ୟମରେ ଋଣ, ବିତରଣ ଓ ଅନ୍ୟାନ୍ୟ ସହାୟତା ଯୋଦାଇ ଦିଆଯିବ। ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ ଆଣ୍ଡ ଆର୍ଟ ପାଇଁ ତାଙ୍କୁ ବାଙ୍କି ମୁହାଣରେ ଜମି ଦେବେ ସରକାର । ପଞ୍ଚଦଶ ଅର୍ଥ କମିଶନଙ୍କୁ ୯ ତାରିଖରେ ସ୍ମାରକ ପତ୍ର ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

(ଫାଇଲ ଫଟୋ )