ଭାରତ ବନ୍ଦ : ମଙ୍ଗଳବାର ସମସ୍ତ ସରକାରୀ ଅଫିସ ବନ୍ଦ, ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିଛନ୍ତି ରାଜ୍ୟ ସରକାର। କୃଷି ଆଇନକୁ ବିରୋଧ କରି ୪୦ଟି କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୋମବାର ଏହାର ସୂଚନା ଦିଆଯାଇଛି।
କରୋନା ମହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ଵାଭାବିକ ହୋଇନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସରକାରୀ ସେବା ଜାରି ରହିବ।

odisha state all government offices will close tomorrow due to bharat bandh call