ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ଵର : ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୨୬ ତାରିଖ ବେଳକୁ ବାତ୍ୟା ଉତ୍ତର ମୁହାଁ ହୋଇ ସ୍ଥଳ ଭାଗ ଛୁଇଁପାରେ। ତେଣୁ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲାପ୍ରଶାସନ ସହିତ ଯୋଗାଯୋଗ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି ।

ବାତ୍ୟା ମୁକାବିଲା ପ୍ରସ୍ତୁତି । ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପୂର୍ବରୁ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ଓ ବାତ୍ୟା ପରେ ରାସ୍ତାଘାଟ ସଫା କରି ଲୋକଙ୍କ ପାଖରେ ପିଇବା ପାଣି ଓ ରିଲିଫ ପହଁଚାଯାଇ ପାରିବ ଓ ବିଜୁଳି ସଂଯୋଗ କିପରି ପ୍ରଭାବିତ ନ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏସଆରସି ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । କେଉଁ କେଉଁ ସ୍ଥାନକୁ ଫାୟାର,ଏନଡ଼ିଆରଫ, ଓଡ୍ରାଫର କେତୋଟି ଟିମ ପଠାଯିବ ତାହାର ପ୍ଲାନ ପ୍ରସ୍ତୁତ ହେଇଛି ।

ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିଜୁଳି ସଂଯୋଗ ଲାଗି ବିଭାଗ ପକ୍ଷରୁ କେତେ ମ୍ୟାନ ପାୱାର ଓ କେତେ ଇକ୍ୟୁଇପ୍ ମେଣ୍ଟ ଲାଗିବ ତାକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶଶ ଦିଆଯାଇଛି । ବାତ୍ୟା ପରେ କିପରି ତୁରନ୍ତ ରାସ୍ତା ଘାଟ ସଫା କରାଯାଇ ଯାତାୟତ ସୁବିଧା ହୋଇ ପାରିବ ସେଥିଲାଗି ପ୍ରସ୍ତୁତ ରହିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ସରକାର।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଙ୍କ ପ୍ରତିକ୍ରିୟା

ଆସନ୍ତା 23 ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତାହା ଆଗାମୀ 25 ତାରିଖ ବେଳକୁ ବାତ୍ୟାର ରୁପ ନେବ ବୋଲି ସୂଚନା ଆସୁଛି । ତେବେ ଏହାର ସ୍ୱରୂପ କଣ ରହିବ ତାହା ସ୍ପଷ୍ଟ ହୋଇ ନାହିଁ । ଆଗାମୀ 26 ତାରିଖ ବେଳକୁ ତାହା ଉତ୍ତର ମୁହାଁ ହୋଇ ସ୍ଥଳ ଭାଗ ଛୁଇଁବ । କିନ୍ତୁ କେଉଁଠି ଛୁଇଁବ ତାହା ସ୍ପଷ୍ଟ ହୋଇ ନାହିଁ । ବିଭିନ୍ନ ମଡେଲର ପୂର୍ବାନୁମାନ ନେଇ କେବଳ ଆକଳନ କରାଯାଉଛି । ମାତ୍ର ଭାରତୀୟ ପାଣିପାଗ ବିଭାଗର ଆକଲନ ସବୁବେଳେ ଠିକ ହୁଏ । ତେଣୁ ସମସ୍ତଙ୍କୁ ଅନୁରୋଧ କରୁଛି ବାତ୍ୟା ର ଦିଗ, ଲ୍ୟାଣ୍ଡ ଫଲକୁ ନେଇ କୌଣସି ଦ୍ଵନ୍ଦ ସୃଷ୍ଟି ନ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଆମେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛୁ । ଫାୟର,ଏନଡ଼ିଆରଫ, ଓଡ୍ରାଫ ଟିମକୁ କେଉଁ କେଉଁ ସ୍ଥାନକୁ କେତେଟି ଟିମ ପଠାଯିବ ତାହାର ପ୍ଲାନ ପ୍ରସ୍ତୁତ ହେଇଛି ।
ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି । ଆଜି ବିଭିନ୍ନ ବିଭାଗ ସହ ବୈଠକ କରି ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେମାନେ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପାନୀୟ ଜଳ ଉପରେ ପ୍ରସ୍ତୁତି ସହ ଟ୍ୟାଙ୍କର ଆବଶ୍ୟକତା ନେଇ ପ୍ଲାନିଂ କରିବାକୁ କୁହାଯାଇଛି । ସେହିପରି ବିଜୁଳି ବିଭାଗ ପକ୍ଷରୁ କେତେ ମ୍ୟାନ ପାୱାର ଓ କେତେ ଇକ୍ୟୁମେଣ୍ଟ ଲାଗିବ ତାକୁ ସଜାଗ ରଖିବା ପାଇଁ କୁହାଯାଇଛି । ପୂର୍ତ୍ତ ବିଭାଗକୁ କୁହାଯାଇଛି ବାତ୍ୟା ପରେ କିପରି ତୁରନ୍ତ ରାସ୍ତା ସଫା କରିବା ସହ ଗଛ କାଟିବା ପାଇଁ କୁହାଯାଇଛି । ମତ୍ସ୍ୟ ଓ ପଶୁ ସଂପଦ ବିଭାଗକୁ କୁହାଯାଇଛି ଯେଉଁ ମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଓ ଅନ୍ୟ ମାନେ କିପରି ଭିତରକୁ ନ ଯିବେ ସେମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବେ । ବିଭିନ୍ନ ମଡେଲର ଆକଳନକୁ ନେଇ ଯେଉଁ ଖବର ପ୍ରସାରଣ କରାଯାଉଛି ତାହା ଦ୍ୱାରା ବଜାରରେ ବ୍ଲାକ ମାର୍କେଟିଂ ବଢ଼ୁଛି । ତେଣୁ ଭାରତୀୟ ପାଣିପାଗ ବିଭାଗର ଆକଳନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ।