ଏସଆରସି ବିଷ୍ଣୁପଦ ସେଠୀ ସମ୍ବର୍ଦ୍ଧିତ : ବିପଯ୍ୟୟର ସଠିକ ମୁକାବିଲା ଲାଗି ସମ୍ବର୍ଦ୍ଧିତ କଲା ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକନୋଲୋଜି

ଭୁବନେଶ୍ୱର : ବାତ୍ୟା ଫୋନିର ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ବିପଯ୍ୟୟ ପରିଚାଳନା ପାଇଁ ପୁଣି ଥରେ ସମ୍ବର୍ଦ୍ଧିିତ ହୋଇଛନ୍ତି ଓଡିଶା ସରକାରଙ୍କ ବରିଷ୍ଠ ଆଏଏସ ସ୍ୱତନ୍ତ୍ର ରିଳିଫ କମିଶନର ବିଷ୍ଣୁପଦ ସେଠୀ । ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକନୋଲୋଜି -ଇଣ୍ଡିଆନ ଅଏଲ୍ କର୍ପୋରେସନ୍, ବିପର୍ଯ୍ୟୟ ମୁକାବିଲା କରିବାରେ ଶ୍ରୀ ସେଠୀଙ୍କ ଉଲ୍ଲେଖନୀୟ ସେବା ପାଇଁ ଆଜି ସମ୍ବର୍ଦ୍ଧିତ କରିଛି । ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।
ବାତ୍ୟା ଫନି ପୂର୍ବରୁ ଲୋକଙ୍କୁ ଆଗୁଆ ସୂଚନା ଦେଇ ସତର୍କ କରିବା ଓ ୧୩ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନନ୍ତର କରିବାରେ ସଫଳ ହୋଇଥିଲେ ରାଜ୍ୟସରକାର । ଏହାସହ ବାତ୍ୟା ପରବର୍ତ୍ତୀ ସମୟରେ ଘଟିଥିବା ବିପର୍ଯ୍ୟୟ ପରେ ପୁନରୋଦ୍ଧାର କରିବାରେ ମଧ୍ୟ ସରକାରଙ୍କ ସଫଳତାକୁ ନେଇ ଦେଶ ବିଦେଶରେ ଓଡିଶାକୁ ପ୍ରଶଂସାର ସୁଅ ଛୁଟିଥିଲା । ଏସଆରସି ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟୀତ୍ୱରେ ଥିବା ସରକାରଙ୍କ ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସବୁ ବିଭାଗ ସହ ଯୋଗ ସୁତ୍ର ରଖି ଠିକଣା ଭାବରେ କାମ କରିପାରିଥିଲେ । ଏଥିପାଇଁ ଓଡିଶା ସାରା ବିଶ୍ୱରେ ଏକ ରୋଲ ମଡେଲ ହୋଇ ପାରିଛି । ଏଥିପାଇଁ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକନୋଲୋଜି-ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଏହି ସମ୍ବର୍ଦ୍ଧନା ଦେଇଛି । ଅନୁଷ୍ଠାନ ଲେଖିଛି “ଆମ ସମୟରେ ଏମିତି ଜଣେ ନେତୃତ୍ୱଙ୍କୁ ପାଇ ଆମେ ଗର୍ବିତ । ଯାହାଙ୍କ ସମୟ ଉପଯୋଗୀ ଉଦ୍ୟମ ଫଳରେ ଭୟଙ୍କର ବାତ୍ୟା ଫନୀ ସମୟରେ କେବଳ ଯେ ସର୍ବାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଲା ଏବଂ ହଜାର ହଜାର ଲୋକଙ୍କ ଜୀବନ ବଂଚାଯାଇପାରିଲା ତାହା ନୁହେଁ ପ୍ରାକୃତିକ ଦୁର୍ବିିପାକକୁ ମୁକାବିଲା କରିବାରେ ଆପଣ ଏକ ଏକ ନୂଆ ଇତିହାସ ମଧ୍ୟ ରଚିଛନ୍ତି । ଓଡିଶା ଭଳି ଏକ ବାତ୍ୟା ପ୍ରବଣ ରାଜ୍ୟରେ ଜରୁରୀକାଳୀନ ସ୍ଥିତିର ଉପଯୋଗୀ ମୁକାବିଲା କରିବାରେ ଆପଣଙ୍କ ପଦକ୍ଷେପ ଏକ ରୋଲ୍୍ ମଡେଲ କହିଲେ ଅତ୍ୟୁକ୍ତି ହେବନାହିଁ ।ଏହି ପରିପ୍ରେକ୍ଷୀରେ, ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକନୋଲୋଜି-ଇଣ୍ଡିଆନ ଅଏଲ୍ କର୍ପୋରେସନ୍, ବିପର୍ଯ୍ୟୟ ମୁକାବିଲା କରିବାରେ ଆପଣଙ୍କ ଉଲ୍ଲେଖନୀୟ ସେବା ପାଇଁ ଆପଣଙ୍କୁ ସମ୍ବର୍ଦ୍ଧିତ କରି ନିଜକୁ ଭାଗ୍ୟଶାଳୀ ଅନୁଭବ କରୁଛି ‘ା