ଆଜି ପ୍ରକାଶ ପାଇବ ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ଆଜି ସ୍ୱତନ୍ତ୍ର ଓଜେଇଇର ଫଳଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରେ ନିଜର ରେଜଲ୍ଟ ଜାଣିପାରିବେ ।

ରାଜ୍ୟରେ ଖାଲି ପଡିଥିବା ଇଂଜିନିୟରିଂ ସିଟ୍ ପାଇଁ ଜୁଲାଇ ୨୧ରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଜୁନ ୩୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଭିନ୍ନ କଲେଜରେ ଅନେକ ପାଠ୍ୟକ୍ରମ ପାଇଁ ଶତାଧିକ ସିଟ୍ ଖାଲି ଥିବାରୁ କତୃର୍ପକ୍ଷ ସ୍ୱତନ୍ତ୍ର ଓଜେଇଇ କରିବାକୁ ନିଷ୍ପତି ନେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ କୌଣସୀ କାରଣରୁ ପ୍ରଥମ ଓଜେଇଇରେ ଭାଗ କିମ୍ବା କାଉନସେଲିଂରେ ସାମିଲ ହୋଇପାରି ନଥିଲେ ସେମାନେ ଏହି ସ୍ୱତନ୍ତ୍ର ଓଜେଇଇ ଦେଇଥିଲେ । ଯାହାର ରେଜଲ୍ଟ ଆଜି ପ୍ରକାଶ ପାଇବ । ପରୀକ୍ଷାର୍ଥୀମାନେ ଓଜେଇଇ ୱେବସାଇଟରେ ନିଜର ରେଜଲ୍ଟ ଜାଣିପାରିବେ ।ଆହୁରି ମଧ୍ୟ ଆଜିଠାରୁ ରାଙ୍କଧାରୀମାନେ ଚଏସ ଫିଲିଂ କରିପାରିବେ ା