କୋଟିଆରେ ସୀମା ବିବାଦ ସ୍ଥିତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି

ଜୟପୁର : କୋରାପୁଟ କୋଟିଆ ସମ୍ବାଇରେ ପହଞ୍ଚି ସୀମା ବିବାଦ ସ୍ଥିତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆରଡିସି। ସୁନାବେଡା ଗାଁର ବିବାଦୀୟ ସ୍ଥାନକୁ ଯାଇ ସ୍ଥିତି ପରଖିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ଆରଡିସି। ଓଡ଼ିଶା ଆନ୍ଧ୍ର ସୀମାର କୋଟିଆ ସୁନାବେଡା ସାମ୍ବାଇ ଗାଁର ବିବାଦୀୟ ସ୍ଥାନରେ ପହଞ୍ଚିଥିଲେ ଦକ୍ଷିଣାଞ୍ଚଳ ଆରଡିସି ଟି. ଅପାଙ୍ଗ ଆଓ। ଆନ୍ଧ୍ର ସାମ୍ବାଇ ଗାଁର କେଉଁ ଅଞ୍ଚଳକୁ ଆନ୍ଧ୍ର ଅନୁପ୍ରବେଶ କରିଛି। କେଉଁ ରାସ୍ତାକୁ ଅକ୍ତିଆର କରି ଆନ୍ଧ୍ର ଲୋକେ ଅବରୋଧ କରିଥିଲେ ତାରା ସ୍ଥିତି ସମୀକ୍ଷା କରିଥିଲେ। ସାଥିରେ ଥିଲେ ପ୍ରଶାସନର ଏକ ଟିମ୍। ଯେଉଁଥିରେ ପଟ୍ଟାଙ୍ଗୀ ତହସିଲଦାର, ଆର.ଆଇ ଓ ରେଭେନ୍ୟୁ ସୁପରଭାଇଜର। ଘଟଣାସ୍ଥଳ ପରିଦର୍ଶନ ପୂର୍ବରୁ ଜିଲ୍ଳା ପଦାଧିକାରୀଙ୍କ ସହ ସର୍କିଟ ହାଉସ ଠାରେ ଆଲୋଚନା କରିଥିଲେ ଆରଡିସି।

odisha southern rdc visit Andra odisha border land dispute village