ସ୍କୁଲରେ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା କ୍ଲାସ କରିବେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ବ୍ୟବସ୍ଥା ଆପଣାଯାଉଛି  । ଏଣିକି ସ୍କୁଲ ଗୁଡ଼ିକରେ ଇଂରାଜୀ ,ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା...

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ବ୍ୟବସ୍ଥା ଆପଣାଯାଉଛି  । ଏଣିକି ସ୍କୁଲ ଗୁଡ଼ିକରେ ଇଂରାଜୀ ,ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦିଆଯିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । 

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ହେବା ପରେ ସମୀର ରଞ୍ଜନ ଦାଶ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଏଣିକି ଇଂରାଜୀ ,ଗଣିତ ଓ ବିଜ୍ଞାନକୁ ଅଧିକ ଗୁରୁତ୍ୱ ଦେଇ ଅଧିକ ସମୟ ପଢାଯିବ  । ପ୍ରତି ବିଷୟକୁ ୪୫ମିନିଟ ପରିବର୍ତ୍ତେ ଦେଢଘଣ୍ଟା ପଢାଯିବ । ସମ୍ପୃକ୍ତ ୩ଟି ବିଷୟରେ ପିଲା କମ ନମ୍ବର ରଖୁଥିବାରୁ  ଏପରି ନିଷ୍ପତି ନିଆଯାଇଛି । ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ପାଇଲଟ ବେସିସରେ ଜିଲ୍ଲାସ୍ତରୀୟ ଗୋଟିଏ ସ୍କୁଲ ବଛାଯିବ । ସେହି ସ୍କୁଲରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି ଚେଷ୍ଟା ସଫଳ ହେବା ପରେ ଏହାକୁ ବ୍ଳକ ସ୍ତରରେ ଲାଗୁ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସବୀର ଦାଶ ସୂଚନା ଦେଇଛନ୍ତି । 

ନିକଟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷାନୁଷ୍ଠାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ି କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । ସମସ୍ତ ସ୍କୁଲ ପରିଦର୍ଶନ , ମଧ୍ୟାହ୍ନ ଭୋଜନର ଦେଖାଶୁଣା , ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ ଫେଲ ବ୍ୟବସ୍ଥା ଏବଂ ସ୍କୁଲ ପିଲାଙ୍କ ବସ୍ତାନି ବୋଝକୁ ନେଇ ଅନେକ ପଦକ୍ଷେପ ନେଇଛନ୍ତି ।

Spread the love
Categories
ଓଡିଶାବଡ ଖବର

RELATED BY

  • ଇମ୍ଫା ଓ ଏନ୍‌ଆଇଟି ମଧ୍ୟରେ ଚୁକ୍ତି

    ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଓ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ପ୍ରତିଷ୍ଠାତା ସ୍ୱର୍ଗତ ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ସ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାରେ ଏକ ସ୍ୱର୍ଣ୍ଣପଦକ ପ୍ରତିଷ୍ଠା କରିବା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଚୁକ୍ତି...
  • ସଞ୍ଜୟ ସାହୁଙ୍କୁ ‘ବେଷ୍ଟ ପିଆର୍‌ଓ’ ପୁରସ୍କାର

    ଭୁବନେଶ୍ୱର : କର୍ପୋରେଟ୍ ଯୋଗାଯୋଗ ଏବଂ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁଙ୍କୁ ‘ବେଷ୍ଟ ପବ୍ଲିକ୍ ରିଲେସନ ଅଫିସର୍‌’ ସମ୍ମାନରେ ସମ୍ମାନିତ କରାଯାଇଛି । ଭବନେଶ୍ୱରରେ ଜାତୀୟ...
  • ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ, ନିୟମ ଉଲଂଘନ କଲେ ୨୫ ହଜାର ଟଙ୍କା ଯାଏଁ ଜରିମାନା

    ଭୁବନେଶ୍ୱର: ଓଡ଼ିଶା ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ମଙ୍ଗଳବାର ଇଏସ୍‌ଆଇ କାର୍ଯ୍ୟାଳୟଠାରେ ଶ୍ରମବିଭାଗର ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ...
  • ୨୦୧୯-୨୦ ଖରିଫ ଧାନ ସଂଗ୍ରହ ପାଇଁ ଆଗୁଆ ଟୋକେନ ବ୍ୟବସ୍ଥା

    ଭୁବନେଶ୍ୱର: ଧାନ ସଂଗ୍ରହ ଧାର୍ଯ୍ୟ ଦିବସ ପୁର୍ବରୁ ଚାଷୀମାନଙ୍କୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ଏସଏମଏସ୍ ମାଧ୍ୟମରେ ପଞ୍ଜିକୃତ ମୋବାଇଲ ନମ୍ବରକୁ ବାର୍ତା ପ୍ରେରଣ କରାଯାଉଛି । ଅଗ୍ରୀମ ଟୋକେନର ତାଲିକା...