ନୂଆବର୍ଷରେ ଖୋଲିବ ସ୍କୁଲ୍ ଓ କଲେଜ୍ !

ଭୁବନେଶ୍ବର: ନୂଆବର୍ଷରେ ସ୍କୁଲ୍ ଓ କଲେଜ୍ ଖୋଲିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ନୂଆବର୍ଷରୁ ମହାବିଦ୍ୟାଳୟ ଖୋଲିବା ନେଇ ଆଶା ରଖାଯାଇଛି ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ୟୁଜି ଓ ପିଜି ସେମିଷ୍ଟର ଘୁଞ୍ଚିବ ବୋଲି ସଚିବ କହିଛନ୍ତି । ୭୦ରୁ ୮୦ ଦିନ ପାଠପଢା ପରେ ପରୀକ୍ଷା କରାଯିବ । କଲେଜ ଖୋଲିବା ବିଳମ୍ବ ହେଲେ ପାଠ୍ୟକ୍ରମ ହ୍ରାସ କରାଯିବ । ଅନଲାଇନ ପଢ଼ାରେ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢ଼ିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ସୂଚନା ଦେଇଛନ୍ତି । ତେବେ ଏନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ। ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଞ୍ଚିବ ବୋଲି ସେ କହିଛନ୍ତି।

ନୂଆ ବର୍ଷରେ ଖୋଲିବ ସ୍କୁଲ । ଜାନୁଆରୀରେ ସ୍କୁଲ ଖୋଲିବାକୁ ଚିନ୍ତା କରାଯାଉଛି । ଏହା କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ । ଏବଂ ୧୦୦ ଦିନ ପାଠ ପଢ଼ାଇ ପରୀକ୍ଷା କରିବା ସହ ଶନିବାର ଓ ରବିବାର ଛୁଟି ଦିନରେ କ୍ଲାସ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ । କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ study material ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଯିବ ବୋଲି କହିଛନ୍ତି ମନ୍ତ୍ରୀ । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଉପରୁ ଚାପ କମିବା ସହ ପରୀକ୍ଷା ପାଇଁ ସହାୟ ହୋଇପାରିବ ।

ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି , ସମସ୍ତ ଅବଜରଭେସନ ଛାଡ଼ି ଦେଲେ ଶନିବାର ଓ ରବିବାର ମଧ୍ୟ ପାଠ ପଢାଇବାକୁ ପଡ଼ିବ । ୧୦୦ଦିନ ପାଠ ପଢାଇବାକୁ ନଷ୍ପତ୍ତି ନିଆଯାଇଛି । ତେଣୁ ଶନିବାର ରବିବାର ବି ପାଠ ପଢାଇବାକୁ ହେବ । ନଚେତ ୧୦୦ଦିନ ହୋଇପାରିବ ନାହିଁ ବୋଲି କହିଛନ୍ତି ସମୀର ଦାସ । ତେବେ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ।