ଭୁବନେଶ୍ୱର: ପୂଜା ଛୁଟିରେ ଅକ୍ଟୋବର ୨୪ ଏବଂ ୨୬ରେ ଦିନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆରଟିଓର ରେଜିଷ୍ଟ୍ରେସନ ବିଭାଗ ଖୋଲା ରହିବ । ଆରଟିଓ କାର୍ଯ୍ୟାଳୟର ରେଜିଷ୍ଟ୍ରେସନ ବିଭାଗଟି ୨ଦିନ ଖୋଲା ରହିବ ବୋଲି ଜଣା ପଡ଼ିଛି। । ଦୁର୍ଗା ପୂଜା ସମୟରେ ଲୋକେ ଅଧିକ ଗାଡ଼ି କିଣିବାର ସମ୍ଭାବନା ରହିଥିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ଏଭଳି ନିଷ୍ପତ୍ତି ନେଇଛନ୍ତି । ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦୁଇ ଦିନ ମଧ୍ୟରେ ଆରଟିଓ, ଡିଲରଙ୍କଠାରୁ ଗାଡ଼ି ପଞ୍ଜୀକରଣ ପାଇଁ ଡକ୍ୟୁମେଣ୍ଟ ଗ୍ରହଣ କରିବେ ଏବଂ ପଞ୍ଜୀକରଣ ନମ୍ବର ବଣ୍ଟନ କରିବେ । ଆରଟିଓ ସେହି ଅନୁଯାୟୀ ଆବଶ୍ୟକ ରୋଷ୍ଟର ବ୍ୟବସ୍ଥା କରିବ ଏବଂ ଏହି ସୁବିଧା ସମ୍ବନ୍ଧରେ ସେମାନଙ୍କ ଅଧୀନରେ ଥିବା ସମସ୍ତ ଡିଲରଙ୍କୁ ଅବଗତ କରାଇବେ ।ଏହା ସହ ଆରଟିଓ କର୍ମଚାରୀମାନେ ଦୁର୍ଗା ପୂଜାର ସମସ୍ତ ଚାରି ଦିନ (ଅକ୍ଟୋବର ୨୩ ରୁ ୨୬) ଛୁଟିରେ ଘରୁ କାମ କରି ଡିଲର ପଏଣ୍ଟ ମାଧ୍ୟମରେ କରାଯାଇଥିବା ଏନଟିଭି ଯାନଗୁଡିକର ପଞ୍ଜିକରଣ କରିବେ ।
odisha RTO offices two days open in durga puja holiday