ଜିରୋ ନାଇଟ ପାଇଁ ରାତି ୧ଟା ଯାଏଁ ଖୋଲାରହିବ ବାର୍

ଭୁବନେଶ୍ୱର: ଆଜି ରାତିରେ ସବୁଆଡେ ହିରୋ ନାଇଟ୍ ସେଲିବ୍ରେସନ କରିବେ । ତେବେ ଏଥିପାଇଁ ସମସ୍ତ ବାର ଓ ଠିପି ଖୋଲା ମଦ ଦୋକାନ ରାତି ୧ଟା ଯାଏଁ ଖୋଲା ରହିବ । ଏହି ନିୟମ ଭୁବନେଶ୍ୱର, କଟକ ଓ ପୁରୀରେ କାର୍ଯ୍ୟକାରୀ ହେବ ।

ଆଜି ଅବକାରୀ ବିଭାଗର ଅତିରିକ୍ତ ସଚିବ ଅବକାରୀ ବିଭାଗର କମିସନରଙ୍କୁ ଏଭଳି ଚିଠି ଦେଇଛନ୍ତି। ଅତିରିକ୍ତ ସଚିବଙ୍କ ଏଭଳି ଚିଠି ପରେ ଆଉ ଏକ ଘଂଟା ବାର ଓ ଠିପି ଖୋଲା ମଦ ଦୋକାନ ଖୋଲା ରଖିବାକୁ ମହଲତ ମିଳି ପାରିବ। ଚଳିତ ବର୍ଷ ପ୍ରଥମ ଥର ଲାଗି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତିକୁ ବାର୍ ମାଲିକମାନେ ସ୍ୱାଗତ କରିଥିବାବେଳେ ବୁଦ୍ଧିଜୀବୀମାନେ କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି।

ପ୍ରକାଶଥାଉକି, ଗତ ବର୍ଷ ହକି ବିଶ୍ୱକପ୍ ସମୟରେ ଦେଢ଼ ମାସ ଲାଗି ରାତି ୧ଟା ପର୍ଯ୍ୟନ୍ତ ବାର ଓ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହାପରେ ପୁଣି ପୂର୍ବ ସମୟ ଅନୁଯାୟୀ ବାର୍‌ ଖୋଲା ଯାଇଥିଲା।