ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦: ଓଡିଶା ହାତେଇଲା ୨ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ଭେକ୍ଷଣରେ ଓଡ଼ିଶାକୁ ୨ଟି ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା । ତା’ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ଚିହ୍ନଟ ହୋଇଛି ।

odisha-bagged-national-award-fastest-moving-state-berhampur-muncipal-corporation-gets-innovation-award

ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ-୨୦୨୦’ ରେ ପୁଣିଥରେ ଇନ୍ଦୋର ଦେଶର ସବୁଠୁ ସ୍ୱଚ୍ଛ ସହର ମାନ୍ୟତା ପାଇଛି । ତାଲିକାରେ ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଗୁଜରାଟର ସୁରାଟ ଏବଂ ତୃତୀୟ ସ୍ଥାନରେ ମୁମ୍ବାଇ ରହିଛି ।

ସେହିପରି ଗଙ୍ଗାକୂଳରେ ଥିବା ବାରାଣସୀ ସବୁଠାରୁ ସ୍ୱଚ୍ଛ ଟାଉନ୍ ଭାବେ ଚିହ୍ନଟ ହୋଇଛି । ଜଳନ୍ଧର କାଂଟକୁ ସ୍ୱଚ୍ଛ କ୍ୟାଂଟନମେଂଟ ଭାବେ ଘୋଷଣା କରାଯାଇଛି । ୧୦୦ରୁ ଅଧିକ ସହର ଥିବା ସ୍ୱଚ୍ଛ ରାଜ୍ୟଗୁଡିକ ମଧ୍ୟରେ ଛିତିଶଗଡ ଏକ ନମ୍ବରରେ ରହିଛି । ଏହା ପଛକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଓ ପଂଜାବ ରହିଛି ।