ରାଜ୍ୟ ସଭା ଅଙ୍କ :୪ର୍ଥ ସିଟକୁ ନେଇ ବଢୁଛି ସସ୍ ପେନ୍ସ

ଭୁବନେଶ୍ବର :  ରାଜ୍ୟ ସଭା ଅଙ୍କକୁ ନେଇ ଆକଳନ । ସଂଖ୍ୟା ଖେଳରେ ବିଜେଡି ୩ଟି ଆସନ ନେବା ସିଷ୍ଟ ଥିବାବେଳେ ୪ ର୍ଥ ଆସନ ଲାଗି ସପନେସ୍ସ ରହିଛି । ସେପଟେ କଂଗ୍ରେସ ନାମାଙ୍କନ ପତ୍ର ଦାଖଲ କରିବାର ସଂଖ୍ୟା କମ ଥିବାବେଳେ ବିଜେପି ପାଖରେ ଗୋଟିଏ ହେଲେ ସିଟକୁ ହାତେଇବାର ସଂଖ୍ୟା ବି ନାହିଁ । ଏହାକୁ ଦେଖି ବିଜେଡି ଚାରୋଟି ଯାକ ସିଟ ରଖିବ ବୋଲି ଦାବି କରୁଥିବାବେଳେ ଦିଲ୍ଲୀ ଯିବାକୁ ଗୋଟ ଟେକି ବସିଲେଣି ବିଜେଡି ଆଶାୟୀ ।

କେମିତି ଛିଣ୍ଡିବ ରାଜ୍ୟ ସଭା ଅଙ୍କ ? ୪ଟି ଯାକ ସିଟ ବିଜେଡି ରଖିବ ନା ଗୋଟିଏ ସିଟ ବିଜେପି କୁ ଛାଡିବ? ରାଜ୍ୟ ସଭା ଗଣିତ କହୁଛି ୪ଟିରୁ ୩ଟି ସିଟ ହାତେଇବାକୁ ବିଜେଡି ପାଖରେ ସଂଖ୍ୟା ଅଛି । ତେବେ ୪ର୍ଥ ସିଟ ଲାଗି ବିରୋଧୀ ବିଜେପି ବି ସଂଖ୍ୟା ଖେଳରେ ଦୁର୍ବଳ । ସେଥିଲାଗି  ୪ଟି ଯାକ ସିଟ ହାତେଇବାକୁ ଆଶା କରିଛି ବିଜେଡି । ୪ ଟି ଯାକ ସିଟ ଲାଗି ଦଳରେ ଅନେକ ଆଶାୟୀ । ଦଳ ସାଧାରଣ ସଂପାଦକ ସଂଜୟ ଦାସବର୍ମାଙ୍କୁ ଯୋଜନା ବୋଡ ଉପାଧ୍ୟକ୍ଷ ପଦ ଦେଇ ରାଜ୍ୟ ସଭା ଲାଗି ତାଙ୍କ ନାଁରେ ପୂଣ୍ଣଛେଦ ଟାଣଇଛନ୍ତି ନବୀନ । ଆଶାୟୀଙ୍କ ତାଲିକାରେ ପଶ୍ଚିମ ଓଡିଶାରୁ  ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ସିଂହ ଦେଓ, ନଳୀନି ପ୍ରଧାନ,ଶ୍ରୀମୟୀ କର,ରାଶେଶ୍ବରୀ ପାଣିଗ୍ରାହୀଙ୍କ ନାଁଥିବାବେଳେ ଉତ୍ତର ଓଡିଶାରୁ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ନାଁ ରହିଛି । ଏଥିସହିତ ଦଳ ପଛୁଆ ବର୍ଗ ଓ ମହିଳା କାର୍ଡ ଖେଳିବାନେଇ ରଣନୀତି କରିପାରେ । ସେପଟେ ସାଧାରଣ ନିର୍ବାଚନରେ ଭୁବନେଶ୍ବର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାହାଣି ଓ ବ୍ରହ୍ମପୁର ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କାଟି ତାଙ୍କୁ ରାଜ୍ୟ ସଭା ପଠାଯିବ ବୋଲି ନବୀନ ଘୋଷଣା କରିଛନ୍ତି । ଘୋଷଣାକୁ ମନେ ପକାଇ ଦିଲ୍ଲୀ ଯିବାକୁ ପାଟ୍ଟସାହାଣି ବି ଗୋଡ ଟେକି ବସିଥିବାବେଳେ ସୁପ୍ରିମୋଙ୍କୁ ଖୁସ କରିବାକୁ ଭଗବାନ ଓ ସଇତାନର ଉପାଖ୍ୟାନ ରଖିଛନ୍ତି ।

ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି । ସେପଟେ ୪ର୍ଥ ସିଟ ନେବାକୁ ବିଜେପି ପାଖରେ ସଂଖ୍ୟା ବି ନାହିଁ । ତେଣୁ ଦଳ ପ୍ରାର୍ଥୀ ଦେବା ଭଳି ଲାଗୁନି । କିନ୍ତୁ ଗତ ରାଜ୍ୟସଭା ନିର୍ବାଚନ ପରି କିଛି ଯଦି ବୁଝାମଣା ହେଲା ତେବେ ଦଳ ସିଟ ନେଇପାରେ । କିମ୍ବା ୪ର୍ଥ ସିଟ ଲାଗି ଜଣେ ନିର୍ଦଳୀୟ ପ୍ରାର୍ଥୀଙ୍କୁ ଆଗକୁ ଛାଡି ଉଭୟ ବିଜେଡି ଓ ବିଜେପି ସର୍ଥନ କରିପାରନ୍ତି । ତେବେ ବିଜେପିର ଭୂମିକା କଣ ହେବ ତାହା ବିଜେପିର ପାଲ୍ୟାମେଣ୍ଟାରି ପାର୍ଟି ନିଷ୍ପତ୍ତି ଉପରେ ହିଁ ନିର୍ଭର କରୁଛି ବୋଲି ଦଳ କହୁଛି ।

ଆକଳନ ଅନେକ, ଆଶାବି ଅନେକ ହେଲେ ରାଜ୍ୟ ସଭା ଅଙ୍କ କିପରି କଷିବେ ତାହା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ହିଁ ନିର୍ଭର କରୁଛି । କାହିଁକି ନା ଅନେକ ସମୟରେ ନବୀନଙ୍କ ନୁଷ୍ପତ୍ତି ସବୁ ଆକଳନକୁ ଓଲଟ ପାଲଟ କରିଦେଇଛି ।