ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡିବ ଓଡ଼ିଶାର ରୁକୁଣା ରଥ

ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ରୁକୁଣା ରଥ ପ୍ରଦର୍ଶିତ ହେବ । ଦିଲ୍ଲୀରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଜ୍ଞାପନ ମେଢ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଥିବା ଜଣାପଡ଼ିଛି ।

ଏହି ମେଢ଼ ଉପ‌ରେ ୮ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ ନୃତ୍ୟ ପରିବେଷଣ କରିବା ସହ ମେଢ଼ ତଳେ ଦୁଇ ପାର୍ଶ୍ବରେ ୨୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ। ସମ୍ବଲପୁରୀ, ଡାଲଖାଇ ସଙ୍ଗୀତର ତାଳରେ ନୃତ୍ୟ କରିବେ ସମସ୍ତ କଳକାର ।

ଚଳିତବର୍ଷ ୧୬ଟି ରାଜ୍ୟ ସହ ୫ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମତି ଦେଇଥିବା ନେଇ ଜଣାପଡ଼ିଛି । ପୂର୍ବରୁ ୨୦୦୯ ରେ ଖଣ୍ଡଗିରି ଉଦୟଗିରି ଗୁମ୍ଫା, ୨୦୧୬ ରେ ବୋଇତ ବନ୍ଦାଣ ଓ ୨୦୧୭ ରେ ଦୋଳ ମେଳଣ ପରେ ପୁଣି ୪ର୍ଥ ଥର ପାଇଁ ପ୍ରସିଦ୍ଧ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ।