ଏବର୍ଷ ବଢିବନି ବିଜୁଳି ଦର

ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଏ ବର୍ଷ ବଢ଼ବନି ବିଦ୍ୟୁତ୍ ଦର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ( ଓଇଆରସି ) । ଗତ ବର୍ଷଠାରୁ ଖୁଚୁରା ତାରିଫ ଅପରିବର୍ତ୍ତିତ ରହିଛି । ଜୁନ୍ ପହିଲାରୁ ନୂତନ ନିୟମ ଲାଗୁ ହେବ ବୋଲି ଓଇଆରସିର ଲୋକ ସମ୍ପର୍କ ଅଧିକାରୀ । ଆଦର୍ଶ ଆଚରଣ ବିଧି ଯୋଗୁଁ ପୂର୍ବରୁ ଶୁଣାଣି ହୋଇସାରିଥିଲେ ସୁଦ୍ଧା ଏହାକୁ ସାର୍ବଜନିନ କରାଯାଇନଥିଲା ।

ସବୁ ଡିସକମ ବା ବିତରଣ କମ୍ପାନିମାନଙ୍କୁ ଦିଆଯାଉଥିବା ବଲକ ବିଜୁଳି ତାରିଫ ମଧ୍ୟ ୨ ପ୍ରତିଶତ ହ୍ରାସ ପାଇଛି । ସେପଟେ କ୍ଷୁଦ୍ର ଉପଭୋକ୍ତାଙ୍କ ପାଇଁ ଖୁସିଖବର ଆଣିଛି ଓଇଆରସି । ଡ଼ିଜିଟାଲ ବିଲ୍ ପେମେଣ୍ଟ କଲେ ପୂର୍ବରୁ ୧ ପ୍ରତିଶତ ରିବେଟ୍ ମିଳୁଥିବାବେଳେ ଏହାକୁ ଏବେ ୨ ପ୍ରତିଶତ କରାଯାଇଛି । ସେହିଭଳି ବର୍ଷକଯାକ ସଠିକ୍ ବିଲ୍ ପେମେଣ୍ଟ କରୁଥିବା ଉପଭୋକ୍ତାମାନଙ୍କୁ ମାର୍ଚ୍ଚ ମାସ ରିହାତିର ଦୁଇଗୁଣା ରିହାତି ମିଳିବ ବୋଲି ସୂଚନା ଦେଇଛନ୍ତି ଓଇଆରସିର ଲୋକ ସମ୍ପର୍କ ଅଧିକାରୀ ପୂରବୀ ଦାସ ।