କଟକରୁ ପୁଣି ଏକ ନକଲି ହଳଦୀ, ଲଙ୍କାଗୁଣ୍ଡ, ଲୁଣ କାରଖାନା ଠାବ

କଟକ: ପୁଣି ଏକ ନକଲି ହଳଦୀ, ଲଙ୍କାଗୁଣ୍ଡ, ଲୁଣ କାରଖାନା ଠାବ । କଟକ ବିଦ୍ୟାଧରପୁର ଭଦିମୂଳଠାରେ ଚାଲିଥିଲା କାରଖାନା । ତେବେ କଟକରୁ କେତେବେଳେ ତେଲ ଜବତ ହେଲାଣିତ ପୁଣି କେତେବେଳେ ନକଲି ଘିଅ । ବାରମ୍ବାର ଚଢ଼ାଉରୁ ଜଣାପଡ଼ୁଛି କଟକ ଏବଂ କଟକର ଉପକଣ୍ଠ ଏବେ ନକଲି ହାତ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି । ତେବେ ମାପ ଓଜନ, ଖାଦ୍ୟ ସୁରକ୍ଷା ଓ ପୋଲିସର ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି ବୋଲି ପ୍ରାଥମିତ ସୂଚନାରୁ ଜଣାପଡ଼ିଛି । ପୋଲିସ ମାଲିକ ଓ କର୍ମଚାରୀଙ୍କୂ ଅଟକ ରଖିଛି । କେମିକାଲ ମିଶାଇ ବିକ୍ରି ପାଇଁ ବଜାରକୁ ଛାଡ଼ୁଥିଲେ ଏମାନେ ।

Odisha police sized fake turmeric factory in cuttack
କିଛିଦିନ ତଳେ କଟକ ସଦର ଅଞ୍ଚଳରେ ନକଲି ଘିଅ କାରଖାନା ଠାବ କରାଯାଇଥିଲା ଏବଂ ଅପମିଶ୍ରଣ ହୋଇଥିବା ଲକ୍ଷାଧିକ ଟଙ୍କାର ଘିଅ ଜବତ କରାଯାଇଥିଲା । ପ୍ରଥମେ ମାଲଗୋଦାମ ଅଞ୍ଚଳକୁ ଏହି ନକଲି ସାମଗ୍ରୀ ବିକ୍ରି ପାଇଁ ଆସୁଥିଲା । ସେଠାରୁ ଅନ୍ୟ ସମସ୍ତ ସ୍ଥାନକୁ ଯାଉଥିଲା ।

Odisha police sized fake turmeric factory in cuttack