୨୦୧୮ର ସଫଳତା ବଖାଣିଲେ ରାଜ୍ୟ ପୋଲିସ ମୁଖିଆ

୨୦୧୮ରେ ମାଓବାଦୀ ଦମନ କରିବାରେ ସଫଳ ହୋଇଛି ପୋଲିସ

କଟକ :  ରାଜ୍ୟ ପୋଲିସ ପାଇଁ ୨୦୧୮ ବର୍ଷ  ଥିଲା ବହୁତ ଚ୍ୟାଲେଞ୍ଜିଂ । ଏହି ବର୍ଷ ଅନୁଷ୍ଠିତ ବିଜେପୁର ନିର୍ବାଚନକୁ ଶାନ୍ତି ଶୃଙ୍ଗଳାରେ ସମ୍ପାଦନ କରିଛି ରାଜ୍ୟ ପୋଲିସ ।  ଏହି ବର୍ଷ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଗ୍ର୍ରସ୍ତ କରିଥିଲେ । ଏହାସହ ବିଶ୍ବକପ୍ ହକି ଆୟୋଜନ ଥିଲା ଗୁରୁତ୍ବପୂର୍ଣ୍ଣ ।  ୨୦୧୮ରେ ମାଓବାଦୀ ଦମନ କରିବାରେ ସଫଳ ହୋଇଛି ପୋଲିସ । ଏବର୍ଷ ୫୩ ଥର ମାଓ ଅପରେସନ ହୋଇଥିଲା, ଯେଉଁଥିରୁ ୨୫ ଥର ଫାଏର ଏକ୍ସଚେଞ୍ଜ ହୋଇଥିଲା। ଏବର୍ଷ ୧୯ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୩୯ ମାଓବାଦୀକୁ ଗିରଫ କରାଯାଇଛି। ୨୭ ଜଣ ଆତ୍ମସର୍ମପଣ କରିଛନ୍ତି । ତେବେ ମାଓବାଦୀ ଅଞ୍ଚଳରେ ଯାତାୟତ ପାଇଁ ଭଳ ରାସ୍ତା ନଥିବାରୁ ଅପରେସନ ସମୟରେ ବହୁତ ଅସୁବିଧା ହେଉଛି । ତେଣୁ ଏନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଥିବା ଡିଜିପି କହିଛନ୍ତି। ଅପରାଧୀଙ୍କୁ ସଜ୍ଜା ଦେବାରେ ମଧ୍ୟ ୨୦୧୮ରେ ବଡ଼ ସଫଳତା ମିଳିଛି। ଖାସ୍ କରି ରେଡ୍ ଫ୍ଲାଗ୍ ମାମଲାରେ ୪୧ ପ୍ରତିଶତ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ।