ଦାଦା ବଟିକୁ ନା : ବଟି ମାଗିଲେ କଲ୍‌ କରନ୍ତୁ ହେଲପ୍‌ ଲାଇନ୍‌ ନମ୍ବର ୯୯୩୮୯୧୦୦୦୦-ଡିଜିପି

ଭୁବନେଶ୍ବର : ଦାଦା ବଟି ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ଓଡିଶା ପୋଲିସ୍। ଏଣିକି ଦାଦାବଟି ମାଗିଲେ, ମିଳିବ ନାହିଁ ତ୍ରାହି। ଦାଦା ବଟି ମାଗିଲେ କଲ୍‌ କରନ୍ତୁ। ଦାଦାବଟି ବିରୋଧରେ ଅଭିଯାନ ପାଇଁ ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି। ହେଲପ୍‌ ଲାଇନ୍‌ ନମ୍ବର ୯୯୩୮୯୧୦୦୦୦ ରହିଛି। ଏହି ନମ୍ବରରେ କଲ୍‌ କରି ଆପଣ ଦାଦା ବଟି ବିରୋଧରେ ଅଭିଯୋଗ କରିପାରିବେ ବୋଲି ପୋଲିସ ଡିଜି ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବିଶେଷ କରି ଟ୍ବିନ୍‌ ସିଟି ବାସିନ୍ଦାଙ୍କ ପାଇଁ ଏହି ନମ୍ବର ଜାରି କରାଯାଇଛି। କଲ୍‌ ବ୍ୟତୀତ ମେସେଜ୍‌ ଦେଲେ ମଧ୍ୟ ଅଭିଯୋଗ ଗ୍ରହଣ କରିବ ପୋଲିସ। ହ୍ବାଟସଆପ୍‌ ଓ ଟେଲିଗ୍ରାମରେ ମଧ୍ୟ କରିହେବ ଅଭିଯୋଗ। ଏଥିପାଇଁ ଅଭିଯୋଗକାରୀଙ୍କ ନାଁ ଗୋପନ ରଖାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏଥର ପାର୍ବଣରେ ଚାନ୍ଦା ଆଦାୟକାରଙ୍କ ଉପରେ ରହିବ କଡ଼ା ନଜର। ଏହା ସହିତ ଭସାଣି ଉପରେ ମଧ୍ୟ କଡ଼ା ନଜର ରଖାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ହିଁ ଦଶହରା ପାଳନ ହେବ।

odisha police create helpline number for dada bati