ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଏବଂ ବିଜ୍ଞାନ ପରୀକ୍ଷା ଫଳ

ବିଜ୍ଞାନରେ ୯୫.୧୫ ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ୯୪.୯୬

ଭୁବନେଶ୍ବର  : ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଏବଂ ବିଜ୍ଞାନ ପରୀକ୍ଷା ଫଳ । ପରୀକ୍ଷା ଫଳ ପ୍ରକାଶ କଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଯୁକ୍ତ ୨ ବିଜ୍ଞାନରେ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବାଣିଜ୍ୟରେ ପାସ୍ ହାର ରହିଛି ୯୪.୯୬ ପ୍ରତିଶତ । ରାତି ୮ଟା ବେଳେ ଓ୍ବେବ୍‌ସାଇଟ୍‌​‌ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ www.orissaresult.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ ।

ବିଜ୍ଞାନ ବିଭାଗରେ ମୋଟ ୯୪,୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୮୯,୯୫୧ ଜଣ ଛାତ୍ରଛାତ୍ରୀ । ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୫,୪୬୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୧୯,୮୫୨ ଏବଂ ତୃତୀୟ ଶ୍ରେଣୀରେ ୧୪,୬୩୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ସେହିଭଳି ବାଣିଜ୍ୟରେ ମୋଟ ୨୪,୫୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୨୩,୨୯୨ ଜଣ । ପ୍ରଥମ ଶ୍ରେଣୀରେ ୮୩୫୫, ଦ୍ବିତୀୟ ଶ୍ରେଶୀରେ ୫୬୯୨ ଜଣ ଏବଂ ତୃତୀୟ ଶ୍ରେଣୀରେ ୯୦୬୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ, ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ । ଏହା ସହିତ ଆଉ କିଛି ଦିନ ମଧ୍ୟରେ କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

odisha plus two result published