ନଭେମ୍ବର ୫ରୁ +୨ ଅପ୍‌ସନାଲ ପରୀକ୍ଷା

ଭୁବନେଶ୍ୱର : +୨ ଅପ୍ସନାଲ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା । ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ +୨ ଅପ୍‌ସନାଲ ପରୀକ୍ଷା ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା ପାଇଁ ମାର୍ଚ୍ଚ ୨୩ରୁ ୨୮ ଯାଏଁ ହୋଇପାରିନଥିବା ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କଲା CHSE।

୫ରେ ଅର୍ଥନୀତି, ଜୀବବିଜ୍ଞାନ
୬ରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ ବିଜ୍ଞାନ
୭ରେ ତର୍କ ଶାସ୍ତ୍ର, ଭୂଗୋଳ
ନଭେମ୍ବର ୫ ତାରିଖରେ ଅର୍ଥନୀତି, ଜୀବ ବିଜ୍ଞାନ, ୬ ତାରିଖରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ ବିଜ୍ଞାନ ଏବଂ ୭ ତାରିଖରେ ତର୍କଶାସ୍ତ୍ର, ଭୂଗୋଳ ପରୀକ୍ଷା ହେବ। ତେବେ କୋଭିଡ୍‌ ଗାଇଡ଼ଲାଇନ ମାନି ପରୀକ୍ଷା ଦେବାକୁ CHSE ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

odisha plus two optional exam from 5th November