ଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ । ପୂର୍ବାହ୍ନ ୧୧ ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ସମ୍ପର୍କରେ ଘୋଷଣା କରିବେ । ପରେ ଛାତ୍ରଛାତ୍ରୀ ମାନେ ୱେବସାଇଟରେ ସେମାନଙ୍କ ଫଳାଫଳ ଜାଣିପାରିବେ ।

www.orissaresults.nic.inରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ । ଅନ୍ୟପଟେ ପରିଷଦ ପକ୍ଷରୁ ସମସ୍ତ କଲେଜକୁ ଇ-ସ୍ପେସ ଜରିଆରେ ଫଳ ପଠାଯିବ । ତେବେ ରେଜଲ୍ଟ ଜାଣିବାରେ କୌଣସି ଅସୁବିଧା ହେଲେ 0674-2300914 ଓ 0674-2300907ରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଫୋନ କରିପାରିବେ ବୋଲି କୁହାଯାଇଛି । ଏହି ନମ୍ବରରେ ଅପରାହ୍ନ ୫ଟା ଯାଏଁ ଫୋନ କରିହେବ ।

ସୂଚନାଥାଉକି, ଚଳିତ ବର୍ଷ ୨୫ ହଜାରରୁ ଅଧିକ ପିଲା ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୩ ରୁ ୨୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବାବେଳେ ଲକଡାଉନ ପାଇଁ ଅନ୍ୟ ପରୀକ୍ଷା ହୋଇପାରିନଥିଲା । ଯେଉଁଥିରେ ବିକଳ୍ପ ମୂଲ୍ୟାୟନ ଦ୍ୱାରା ପରୀକ୍ଷାର୍ଥୀଙ୍କୁ ନମ୍ବର ଦିଆଯାଇଛି । ସେପଟେ ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଅଗଷ୍ଟ ୩୧ ସୁଦ୍ଧା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।