ନିର୍ବାଚନ ଲଢିବେନି ପିସିସି ସଭାପତି ନିରଞ୍ଜନ !

ପୁଅ ନବଜ୍ୟୋତି ବାଲେଶ୍ବରୁ ହେବେ ସାଂସଦ ପ୍ରାର୍ଥୀ !

ଭୁବନେଶ୍ବର : କଂଗ୍ରେସ ଟିକେଟ କସରତ ଦିଲ୍ଲୀରେ ଚାଲିଥିଲେ ବି ଏବେ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଲାଣି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୁଆଡେ ନିର୍ବାଚନ ଲଢିବେ ନାହିଁ । ନିରଞ୍ଜନଙ୍କ ପୁଅ ନବ ଜ୍ୟୋତି ପଟ୍ଟନାୟକ କାଳେ ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ ହେବେ । ଏମିତି ଅଙ୍କ କଂଗ୍ରେସ କସୁଥିବା ଶୁଣିବାକୁ ମିଳୁଛି । ସେମିତି ଜୟଦେବ ଜେନା ଓ ତାଙ୍କ ପୁଅ ସଂଗ୍ରମ ଜେନାଙ୍କ ଭିତରୁ କୁଆଡେ ଜଣଙ୍କୁ ଦଳ ଟିକେଟ ଦେବ ବୋଲି କହୁଛି । ସେମିତି ବିରୋଧୀ ଦଳ ନେତାଙ୍କ ପୁଅ ସମରେନ୍ଦ୍ର ମିଶ୍ର କୁଆଡେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ହେବେ ବୋଲି ଦଳରେ ଆଲୋଚନା ଚାଲିଛି । ତେବେ ୧୬ ତାରିଖରେ କଂଗ୍ରେସ ସ୍କିଂନି କମିଟି ବୈଠକ ପୁଣି ଥରେ  ଦିଲ୍ଲୀରେ ବସିବ ଓ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇ ଘୋଷଣା ହେବ ବୋଲି କଂଗ୍ରେସ ନେତା ସୂଚନା ଦେୁଛନ୍ତି । ତେବେ ବାସ୍ତବରେ କାହାକୁ ଟିକେଟ ମିଳିବ ଆଉ ଏହି ଚର୍ଚ୍ଚା ସତ ହେବ କି ନା ତାହା ପ୍ରାର୍ଥୀ ତାଲିକା ଘୋଷଣା ହେଲେ ଜଣାପଡି ।