କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭାରତ ବଂଚାଅ-ସମ୍ବିଧାନ ବଂଚାଅ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜାତୀୟ କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଚଳିତ ଡିସେମ୍ବର ୨୮ ତାରିଖ, ଶନିବାର, ପାଳନ ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ କଂଗ୍ରେସ ଭବନ ସଭାକକ୍ଷରେ ଆୟୋଜିତ ହୋଇଯାଇଛି । ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁସାରେ ସକାଳ ୧୦ଘଟିକା ସମୟରେ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ପତାକା ଉତୋଳନ କରିବାପରେ ପୂର୍ବାହ୍ନ ଘ. ୧୦.୩୦ମି. ସମୟରେ ଭାରତ ବଂଚାଅ-ସମ୍ବିଧାନ ବଂଚାଅ ପଦଯାତ୍ରା କଂଗ୍ରେସ ଭବନରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯିବ । କେନ୍ଦ୍ର ବିଜେପି ସରକାରଙ୍କ ଜନମାରଣ ନୀତି ବିରୋଧରେ ଯଥା ଉତ୍କଟ ବେକାରୀ ସମସ୍ୟା, ଅର୍ଥନୈତିକ ଚରମ ମାନ୍ଦାବସ୍ତା, ଅନିୟନ୍ତ୍ରିତ ଦରଦାମ ବୃଦ୍ଧି, ମହିଳା ଓ ନାବାଳିକାଙ୍କ ପ୍ରତି ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବୃଦ୍ଧି ଭଳି ଜ୍ୱଳନ୍ତ ଘଟଣା ଗୁଡ଼ିକରୁ ଲୋକମାନଙ୍କର ଧ୍ୟାନକୁ ହଟାଇବା ପାଇଁ ନାଗରିକତା ସଂଶୋଧନ ବିଧେୟକ ଲାଗୁକରିବା ବିଜେପି ସରକାରର ଦୋମୁହା ନୀତି ବିରୋଧରେ ମାନନୀୟ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ କଂଗ୍ରେସ ପ୍ରତିନିଧି ଦଳ ପ୍ରଦାନ କରିବେ ।

ଏହି ପଦଯାତ୍ରାକୁ ସଫଳ କରବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ପ୍ରଦେଶ କଂଗ୍ରେସର ସମସ୍ତ ପ୍ରାକ୍ତନ ରାଜ୍ୟସଭାପତି, ପ୍ରାକ୍ତନ କେନ୍ଦ୍ର ଓ ରାଜ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରାକ୍ତନ ସାଂସଦ, ବିଧାୟକ, ପ୍ରାକ୍ତନ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ସମସ୍ତ ମୁଖ୍ୟ ଓ କର୍ମକର୍ତା ଏବଂ କଂଗ୍ରେସପ୍ରେମୀ ମାନଙ୍କୁ ଆସନ୍ତା ଡିସେମ୍ବର ୨୮ ତାରିଖ, ଶନିବାର କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଓ ସମ୍ବିଧାନ ବଂଚାଅ-ଭାରତ ବଂଚାଅ ପଦଯାତ୍ରାରେ ଯୋଗଦେବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଉକ୍ତ ପ୍ରସ୍ତୁତି ବୈଠକରେ ଅନନ୍ତ ପ୍ରସାଦ ସେଠୀ, ଶ୍ରୀମତୀ ରଶ୍ମି ମହାପାତ୍ର, ଶିବାନନ୍ଦ ରାୟ, ଉମାବଲ୍ଲଭ ରଥ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପ୍ରଦୀପ ସ୍ୱାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ରାଉତ, ମଧୁମିତା ସେଠୀ, ଚିନ୍ମୟ ସୁନ୍ଦର ଦାସ, ବିଶ୍ୱଜିତ୍ ଦାସ, ମନୋଜ ଜେନା, ରଜନୀ ମହାନ୍ତି, ହଳଧର ସେଠୀ, ମନୋଜ ଜେନାଗାନ୍ଧୀ, ରାଜକିଶୋର ବାରିକ, ନରେଶ ମହାନ୍ତି, ଦେଓ ପ୍ରସାଦ, ନାସିର ଖାଁ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଜୟକୃଷ୍ଣ ସୁବୁଦ୍ଧି, ଜ୍ଞାନଦେବ ବେହୁରା, ସୁଭଦ୍ରା ମିଶ୍ର, ମନୋରଞ୍ଜନ ରାଉତରାୟ, ସୂର୍ଯ୍ୟନାରାୟଣ ପଣ୍ଡା,ଦୀପକ ମହାପାତ୍ର, ନିରଞ୍ଜନ ନାୟକ, ଜ୍ୟୋତିଷ ସାହୁ, ପ୍ରଶାନ୍ତ ଶତପଥି, ବିଶ୍ୱଜିତ୍ ଲେଙ୍କା, ସତ୍ୟସ୍ମିତ ମହାନ୍ତି, ମନୋଜ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ପ୍ରସ୍ତୁତି ବୈଠକରେ ଯୋଗଦେଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣରେ ଅଂଶଗ୍ରହଣ କରିଥିଲେ ।