ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ଜୋତା, ମୋଜା ଏବଂ ସେ୍ୱଟର ପ୍ରଦାନ
୧୬ ଲକ୍ଷ ୧୪ ହଜାର ଶିଶୁ ଉପକୃତ
ଭୁବନେଶ୍ୱର : ଚଳିତ ବ ର୍ଷଠାରୁ ଅଙ୍ଗ ନବାଡ଼ିରେ ପ୍ରାକ୍ ବିଦ୍ୟାଳ ୟ ଶକ୍ଷି । ଲ ।ଭ କରୁଥିବା ୩ରୁ ୬ ବ ର୍ଷ ବ ୟସର ଶିଶୁମାନ ଙ୍କ ନିମନ୍ତେ ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସେ୍ୱଟର ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜୋତା ପିଲାମାନଙ୍କ ପାଦକୁ କୌଣସି ଖଣ୍ଡିଆଖାବରାଜନିତ ଦୁର୍ଘଟଣାରୁ ସୁରକ୍ଷା ଦେବ ଏବଂ ଶୀତଋତୁରେ ସେ୍ୱଟର ସେମାନଙ୍କୁ ଶୀତରୁ ସୁରକ୍ଷା ଦେବାରେ ସହାୟକ ହେବ ।
ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆୟୋଜିତ ଉତ୍ସବରେ ଶିଶୁମାନଙ୍କୁ ଜୋତାମୋଜା ଏବଂ ଶୀତବସ୍ତ୍ର ବଣ୍ଟନ ଆରମ୍ଭ ହୋଇଛି । ୧୭ ନଭେମ୍ବର ସୁଦ୍ଧା ରାଜ୍ୟରେ ଥିବା ୭୨,୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୫୨,୪୮୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଏକ ହଳ ଜୋତା ଓ
ମୋଜା ଏବଂ ଗୋଟିଏ ସେ୍ୱଟର ପ୍ରଦାନ କରାଯାଇଛି । ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ନିୟମାବଳୀ ଅନୁସାରେ ପିଲାମାନଙ୍କୁ କଳା ଜୋତା, ଗୋଲାପି ମୋଜା ଏବଂ ଖଇରିଆ ରଙ୍ଗର ଭି-ନେକ୍ ବିଶିଷ୍ଟ ପୂରା ହାତର ସେ୍ୱଟର ପ୍ରଦାନ କରାଯାଇଛି । ୨୫ ନଭେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ସେ୍ୱଟର ଦେବା କାର୍ଯ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପିଲାମାନଙ୍କୁ ଏହି ସବୁ ସାମଗ୍ରୀ ବଣ୍ଟନ ସମୟରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ମାତୃଏବଂ ଯାଞ୍ଚ କମିଟିର ସଦସ୍ୟ, ପିତାମାତା, ଜେଜେବାପା, ଜେଜେମା’ମାନେ ଉପସ୍ଥିତ ଥିଲେ । ଏହି ପରିଧାନ ବିତରଣ କାର୍ଯ୍ୟକ୍ରମରେ କୋଭିଡ୍ ନିୟମାବଳୀର କଡ଼ାକଡ଼ି ଅନୁପାଳନ କରାଯାଇଥିଲା।
odisha paridhana yojana