ବେଙ୍ଗାଲୁରୁରେ ମୃତ ଓଡ଼ିଆ ଇଂଜିନିୟରଙ୍କ ଶବ ଜନ୍ମମାଟିକୁ ଆଣିବାରେ ସହାୟତା କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର : ବେଙ୍ଗାଲୁରୁରେ ମୃତ ଓଡ଼ିଆ ଇଂଜିନିୟରଙ୍କ ଶବ ଜନ୍ମମାଟିକୁ ଆଣିବାରେ ସହାୟତା କଲା ଓଡ଼ିଶା-ମୋ ପରିବାର। ବେଙ୍ଗାଲୁରୁ ନିକଟସ୍ଥ ମାଣ୍ଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଇଂଜିନିୟର ଅବିନାଶ ଦାସଙ୍କର ଶବ ନିଜ ଜନ୍ମମାଟିକୁ ଅଣାଯାଇଛି ।
ଭୁବନେଶ୍ବର ବିମାନବନ୍ଦରରେ ଶବ ପହଂଚିବା ପରେ ଓଡ଼ିଶା-ମୋ ପରିବାର ସହାୟତାରେ ଭଦ୍ରକସ୍ଥିତ ନିଜ ଗ୍ରାମକୁ ପଠାଯାଇଛି ।
ଭଦ୍ରକର ନିରଞ୍ଜନ ଦାସଙ୍କର ୨୬ ବର୍ଷୀୟ ପୁଅ ଅବିନାଶ ବେଙ୍ଗାଲୁରୁସ୍ଥିତ ଡିବିଏଲ୍ କମ୍ପାନୀରେ ସାଇଟ୍ ଇଂଜିନିୟର ଭାବେ କାମ କରୁଥିଲେ । ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ମହିଶୁର ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତୃ ହୋଇଥିଲେ । ଡାକ୍ତରଙ୍କ ପ୍ରବଳ ଉଦ୍ୟମ ୧୨
ତାରିଖରେ ସେ ପ୍ରାଣ ହରାଇଥିଲେ। ଦୁଃଖରେ ମ୍ରୟମାଣ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛାପ୍ରକାଶ କରିଥିଲେ । ସେହିଦିନ ତାଙ୍କର ହାର୍ଟ ଅନ୍ୟଜଣଙ୍କଠାରେ ରୋପଣ ହୋଇ ତାଙ୍କ ଜୀବନ ବଞ୍ଚାଇ ପାରିଛନ୍ତି।ଅଙ୍ଗଦାନ କରିଥିବା ମୃତ ଅବିନାଶ ଓ ତାଙ୍କ ପରିବାର ଲୋକଙ୍କୁ ହସ୍ପିଟାଲ୍ ପକ୍ଷରୁ ବେଙ୍ଗାଲୁରୁରୁ ଭୁବନେଶ୍ଵର ଆଣିବାର ବ୍ୟବସ୍ଥା କରାଯାଇଥିଲା।