ତାମିଲନାଡୁରେ ମୃତ ଶ୍ରୀ ଦେବେନ୍ଦ୍ର ଭୁକ୍ତାଙ୍କ ମରଶରୀରକୁ ଓଡ଼ିଶା ଆଣିବାରେ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଦଳବଦା ଗ୍ରାମର ଶ୍ରୀ ଦେବେନ୍ଦ୍ର ଭୁକ୍ତାଙ୍କର ତାମିଲନାଡୁ ସ୍ଥିତ ମାଲଗୁଡିଠାରେ ହୃଦଘାତରେ ମାର୍ଚ୍ଚ ୭ ତାରିଖରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ବିଷୟରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କୁ ଜଣାଇଥିଲେ । ପରେ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଘଟଣା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅବଗତ କରାଯାଇଥିଲା । ମାଲଗୁଡିରେ ଥିବା ମୃତକଙ୍କ ସମ୍ପର୍କୀୟ ଶ୍ରୀ ନାଗେଶ୍ୱରଙ୍କ ସହ ଓଡ଼ିଶା-ମୋ ପରିବାର ଯୋଗାଯୋଗ କରିଥିଲା । ଓଡ଼ିଶା-ମୋ ପରିବା କମ୍ପାନୀର ମାଲିକଙ୍କ ସହିତ ଯୋଗାଯୋଗ କରି ମୃତକଙ୍କ ସମ୍ପର୍କୀୟ ସହାୟତା ପ୍ରଦାନ କରିବା ପାଇଁ କହିଥିଲେ । ପରେ କମ୍ପାନୀ ମାଲିକ ସମସ୍ତ ପ୍ରକାରର ସହାୟତା ଯୋଗାଇବା ସହ ଆଇନଗତ କାର୍ଯ୍ୟ ତୁଲାଇ ପାର୍ôଥବ ଶରୀରକୁ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଚେନ୍ନାଇ ପଠାଇଥିଲେ । ଚେନ୍ନାଇରୁ ମୃତକଙ୍କ ସମ୍ପର୍କୀୟ ପାର୍ଥିବଶରୀରକୁ ଧରି ଧାନବାଦ ଏକ୍ସପ୍ରେସ ଯୋଗେ ସେଠାରୁ ବାହାରି ଆଜି ସମସ୍ତେ ବଲାଙ୍ଗୀତ ଷ୍ଟେସନରେ ପହଂଚିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଫିସ କାର୍ଯ୍ୟାଳୟ ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କ ସମନ୍ୱୟରେ ମୃତକଙ୍କ ପାର୍ଥିବ ଶରୀରକୁ ନିଜ ଗ୍ରାମକୁ ଫେରାଇନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ଆଜି ସକାଳ ୧୦ଟାରେ ମନ୍ତ୍ରୀ ଶ୍ରୀ ବେହେରା, ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ, ସ୍ଥାନୀୟ ବି.ଡି.ଓ ଏବଂ ସରପଂଚଙ୍କ ଉପସ୍ଥିତିରେ ସ୍ୱର୍ଗତ ଦେବେନ୍ଦ୍ର ଭୁକ୍ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବ୍ଲକ ପ୍ରଶାସନ ତରଫରୁ ବ୍ଲକ ଉନ୍ନୟନ ଅଧିକାରୀ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।

ତେବେ ଏହି ମହାନ କାମ ତଥା ସହାୟତା ଲାଗି ମୃତକଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ମୋ ପରିବାର ଟିମକୁ ନିଜର କୃତଜ୍ଞତା ଜଣାଇଛନ୍ତି ।