ବେଗୁନିଆ ଗ୍ୟାସ୍ ଲିକ୍ ପୀଡିତାଙ୍କ ପାଖରେ ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗଣମାଣିତ୍ରୀ ଗ୍ରାମ ପଂଚାୟତରେ ଘଟିଥିବା ଭୟାବହ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପୀଡିତା ପରିବାର ପାଖରେ ପହଂଚିଛନ୍ତି ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

odisha mo paribar team meet begunia gad leak sick

ଆଜି କଟକ ଏସସିବି ମେଡିକାଲ ଯାଇ ଗୁରୁତର ଆହତମାନଙ୍କୁ ଭେଟିଥିଲେ ଶ୍ରୀ ପଟ୍ଟନାୟକ । ସେମାନଙ୍କ ସ୍ୱାସ୍ଥ‌୍ୟାବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିବା ସହ କିଭଳି ସୁରୁଖୁରୁରେ ଚିକିତ୍ସା କରାଯାଇପାରିବ ତାହାର ବ୍ୟବସ୍ଥା କରିଥିଲେ । ଡାକ୍ତର ବନ ବିହାରୀ ମିଶ୍ର ଏବଂ ଡାକ୍ତର ଜ୍ୟୋତି ନାୟକଙ୍କ ସହ ଶ୍ରୀ ପଟ୍ଟନାୟକ ଏ ନେଇ ପରାମର୍ଶ କରିଥିଲେ । ଏଥିସହ ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

odisha mo paribar team meet begunia gad leak sick

ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ପଟ୍ଟନାୟକଙ୍କ ସହ ରଞ୍ଜନ ବିଶ୍ୱାଳ, ଧର୍ମେଶ ନାୟକ, ଜଗତଜ୍ୟୋତି ପଟ୍ଟନାୟକ ଏବଂ ବେଗୁନିଆ ଜିଲ୍ଲା ପରିଷଦ ସଭ୍ୟ ଅର୍ଜୁନ ପ୍ରଧାନ ଉପସ୍ଥିତ ଥିଲେ ।