ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କଟକ: ଅନୁଗୁଳ ଜିଲ୍ଲାର ଜଣେ ନାବାଳିକାଙ୍କୁ କଟକରେ ଗଣଦୁଷ୍କର୍ମ ହୋଇଥିବା ଆଜି ଅଭିଯୋଗ ହୋଇଛି । ସମ୍ପୃକ୍ତ ନାବାଳିକଙ୍କୁ ୫ଜଣ ଯୁବକ ଶନିବାର ଠାରୁ ଅଟକ ରଖି ଗଣଦୁଷ୍କର୍ମ କରିଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି । ଏକ ରାଲିରେ ଯୋଗଦେବା ପାଇଁ ଅନୁଗୁଳ ଜିଲ୍ଲାର ବନ୍ତଳା ଅଂଚଳରେ ନାବାଳିକା ଶନିବାର କଟକ ଆସିଥିଲେ । ନାବାଳିକାର ଗାଁରୁ ୨ଜଣ ଯୁବକ ମଧ୍ୟ ଏହି ରାଲିରେ ଆସିଥିଲେ । ଏହି ଯୁବକମାନେ ମଙ୍ଗଳାବାଗ ଅଂଚଳରେ ନାବାଳିକାକୁ ରଖିଥିଲେ । ରାତିରେ ପାଖ ଘରେ ରହୁଥିବା ୫ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ କୌଣସି ପ୍ରକାରେ ଘଟଣାସ୍ଥଳକୁ ଖସି ଆସିଥିଲେ । ନାବାଳିକାଙ୍କୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରିଛି । ନାବାଳିକା ଜଣଙ୍କ କହିଛନ୍ତି ଯେ, ତାଙ୍କୁ ସେଠାରେ ବିକ୍ରି କରାଯାଇଛି । ପୀଡିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ କଟକ ବଡ଼ଡାକ୍ତରଖାନା ନିଆଯାଇଛି ।