ପ୍ରକାଶ ପାଇଲା ନେତା ଓ ମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା : ୧୦ ଜଣ ମନ୍ତ୍ରୀ ଏବେ କୋଟିପତି

ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬୩ କୋଟି ଟଙ୍କାର ସ୍ଥାବର ସଂପତ୍ତି

ଭୁବନେଶ୍ୱର : ପ୍ରକାଶ ପାଇଲା ନେତା ଓ ମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ୬୩ କୋଟି ଟଙ୍କାର ସ୍ଥାବର ସଂପତ୍ତି ରହିଛି।  ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟର କିଛି ବରିଷ୍ଠ ମନ୍ତ୍ରୀଙ୍କ ସଂପତ୍ତି ତାଲିକା ମଧ୍ୟ ପ୍ରକାଶ ପାଇଛି। ରାଜ୍ୟର ୧୦ ଜଣ ମନ୍ତ୍ରୀ ଏବେ କୋଟିପତି ଥିବା ବେଳେ କ୍ରୀଡା଼ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଖରେ ସର୍ବନିମ୍ନ ୩୨ ଲକ୍ଷ ଟଙ୍କାର ସଂପତ୍ତି ରହିଛି । ବିଜେଡି ରାଜ୍ୟ ପରିଷଦ ବୈଠକରେ ସବୁ ମନ୍ତ୍ରୀ ଓ ଜନପ୍ରତିନିଧି ନିଜ ସଂପତ୍ତି ତାଲିକା ପ୍ରକାଶ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମନ୍ତ୍ରୀ ମାନଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଥିଲେ ବି ବିରୋଧୀ କିନ୍ତୁ ଏହି ତାଲିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ଦେଇଥିବା ନିର୍ଦ୍ଦେଶକୁ ନିଜେ ପାଳନ କଲେ ମୁଖ୍ୟମନ୍ତ୍ରୀ। ନିଜ ସଂପତ୍ତି ତାଲିକା ପ୍ରଥମେ ପ୍ରକାଶ କଲେ।  ବିଜେଡି ରାଜ୍ୟ ପରିଷଦ ବୈଠକରେ ଦେଇଥିବା ପ୍ରତିଶ୍ରୁତିକୁ  ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ।  ମୁଖ୍ୟମନ୍ତ୍ରୀଙ୍କ ସହିତ ରେ ଆଜି ପ୍ରକାଶ ପାଇଛି ଅନ୍ୟ ନେତା ଓ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୩.୧ କୋଟି ଟଙ୍କାର ମୋଟ ସମ୍ପତ୍ତି ରହିଛି। ଦେଶର ୭ଟି ବ୍ୟାଙ୍କ​‌ରେ ଆକାଉଣ୍ଟ ରହିଛି। ୨.୮୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି। ୧୯୯୦ମସିହାର ମେଡେଲ ଆମ୍ଭାସଡର କାର ରହିଛି। ଯାହାର ମୂଲ୍ୟ ପାଖାପାଖି  ୮୯୦୫ଟଙ୍କା ହେବ। ଏହା ବାଦ ୬୩.୦୫କୋଟି ଟଙ୍କାର ସ୍ଥାବର ସମ୍ପତି ରହିଛି।   ଏହା ଛଡା ଫରିଦାବାଦରେ ଏକ ଜମି ବିକ୍ରୀ ବାବଦରେ ଆଡଭାନ୍ସ ଆକାରରେ ସେ ୧କୋଟି ୨୫ଲକ୍ଷ ଟଙ୍କା ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ସମ୍ପତ୍ତି ତାଲିକାରେ ପ୍ରକାଶ କରିଛନ୍ତି।

ରାଜ୍ୟର ୧୦ ଜଣ ମନ୍ତ୍ରୀ ଏବେ କୋଟିପତି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାଖରେ ୮୦ ଟି ବାଣିଜ୍ୟକ ଗାଡି ରହିଛି। ସେହିପରି ତାଙ୍କ ନିକଟରେ ୧୦ଟି ମର୍ସିଡିଜବେଞ୍ଚ ଗାଡି ରହିଛି । ତାଙ୍କ ତଳକୁ ଅଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ତାଙ୍କ ସମ୍ପତ୍ତି ମୂଲ୍ୟ ୧୦ କୋଟି ଟଙ୍କା। । କୋଟି ପତି ମନ୍ତ୍ରୀ ତାଲିକାରେ ଅଛନ୍ତି ଭନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକ ପଣ୍ଡା। ତାଙ୍କର ସୁନା ସଉକ ଅଧିକ।   ତାଲିକାରେ ସବୁଠାରୁ କମ ଧନଦୌଲତ ରଖିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା।  ତାଙ୍କ ପାଖରେ ୩୨ଲକ୍ଷ ଟଙ୍କା ରହିଛି।  ତାଙ୍କର ଖଣ୍ଡିଏ ଘର ବି ନାହି।   ଏସବୁ ତାଲିକ ପ୍ରକାଶ ପାଇଥିଲେ ବି ବିରୋଧୀ ସନ୍ତୋଷ ପ୍ରକାଶ କରିନାହାନ୍ତି। ଏହି ସମ୍ପତ୍ତି ତାଲିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ବିଜେପି କହିଛି ମନ୍ତ୍ରୀ ମାନଙ୍କର ୧୦ବର୍ଷର ସମ୍ପତ୍ତି ତାଲିକାକୁ ତୁଳନା କରି ପ୍ରକାଶ କରାଯାଉ। ସେହିପରି ଆୟର ଉତ୍ସ କଣ ତାହା ପ୍ରକାଶ କରାଯାଉ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ମନ୍ତ୍ରୀମାନେ ସଂପତ୍ତି ତାଲିକା ପ୍ରକାଶ କଲେ । ପୂର୍ବରୁ ବିଧାୟକମାନେ ନିର୍ବାଚନ ଲଢ଼ିବା ସମୟରେ ତାଲିକା ପ୍ରକାଶ କରିଥିଲେ। ତେବେ ସେମାନଙ୍କ ନୂଆ ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟକୁ ପଠାଯିବ।