ଓଡିଶା ପୁରୁଷ ବିଶ୍ୱ କପ ହକି : କାନାଡାକୁ ୫-୧ ଗୋଲରେ ହରାଇ ଟିମ ଇଣ୍ଡିଆ କ୍ୱାଟର ଫାଇନାଲରେ

ଭୁବନେଶ୍ୱର : ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ଶନିବାର ଟିମ୍‌ ଇଣ୍ଡିଆ ହକି ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଆଜି ଗ୍ରୁପ୍‌ ସି’ର ଶେଷ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ତିଆ ପ୍ରତିପକ୍ଷ କ୍ୟାନାଡାକୁ ୫-୧ ଗୋଲରେ ପରାସ୍ତ କରି ଏଭଳି ଯୋଗ୍ୟତା ଅର୍ଜନ କରିଛି।
ଭାରତ ଚଳିତ ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୨ତମ ମ୍ୟାଚରେ ୫-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏଥି ସହିତ ଭାରତ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଥମ ଗୋଲ ଦେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ କାନାଡା ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ ଆଣିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ଭାରତ କ୍ରମାଗତ ଭାବରେ ୨ଟି ଗୋଲ ଦେଇ ମ୍ୟାଚ ୪-୧ରେ ଆଗକୁ ବଢ଼ିଥିଲା।
ହକି ବିଶ୍ୱକପ୍‌ରେ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ ପାଇଁ ଆଜିର ମ୍ୟାଚ୍‌ ଜିତିବା ଜରୁରୀ ଥିଲା। ଠିକଣା ସମୟରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ କଳିଙ୍ଗରେ ନିଜର ଅସଲ ପରିଚୟ ଦେଇଥିଲେ।