ଓଡିଶା ପୁରୁଷ ବିଶ୍ୱ କପ ହକି : ନେଦରଲାଣ୍ଡକୁ ହରାଇ ବେଲିଜିୟମ ହେଲା ବିଶ୍ୱ ଚାମ୍ପିୟନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡିଶା ପୁରୁଷ ବିଶ୍ୱ କପ ହକିରେ ବେଲିଜିୟମ ବିଶ୍ୱ ବିଜୟୀ ହୋଇଛି । ଏହା ସହ ଇତିହାସ ରଚିଛି ବେଲିଜିୟମ । ଫାଇନାଲରେ ନେଦରଲାଣ୍ଡକୁ ପେନଲାଇଟ ସୁଟଆଉଟରେ ହରାଇଲା ବେଲଜିୟମ । ବେଲଜିୟମ ୩-୨ ଗୋଲରେ ନେଦରଲାଣ୍ଡକୁ ହରାଇ ହାତେଇଲା ହକି ବିଶ୍ଵକପ୍ ।

ଫାଇନାଲ ମ୍ୟାଚ୍‌ରେ ଭାରତ ରତ୍ନ ତଥା ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ସ୍ୱତନ୍ତ୍ର ଆକର୍ଷଣ ସାଜିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ର ପରିବେଶକୁ ଦେଖି ସଚିନ ବହୁତ ଖୁସି ଅନୁଭବ କରିଥିଲେ। ଅପରପକ୍ଷେ ଦର୍ଶକମାନେ ମଧ୍ୟ ସଚିନଙ୍କୁ ଦେଖି ଉତ୍ସାହିତ ଅନୁଭବ କରିଥିଲେ। ଦର୍ଶକମାନଙ୍କ ସଚିନଟ୍ଟସଚିନ ଶ୍ଲୋଗାନରେ କଳିଙ୍ଗ ହକି ଗ୍ରାଉଣ୍ଡ ଉଛୁଳି ପଡ଼ିଥିଲା। ସଚିନ ପହଂଚିବା ପରେ ଦର୍ଶକମାନେ କିଛି ସମୟ ପାଇଁ ହକିକୁ ଭୁଲିଯାଇ କ୍ରିକେଟକୁ ମନେ ପକାଇଥିଲେ।

ବିଶ୍ୱକପ୍‌ର ୩୫ତମ ମ୍ୟାଚରେ ଇଂଲଣ୍ଡକୁ ୮-୧ ଗୋଲରେ ପରାସ୍ତ କରି ଅଷ୍ଟ୍ରେଲିଆ

କାଂସ୍ୟ ପଦକ ହାସଲ କରିଥିଲା।
ଫାଇନାଲ ମ୍ୟାଚ ପରେ ଉଦଯାପନୀ ଉତ୍ସବରେ ଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ

ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା , ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲୀକଙ୍କ ସମେତ ହକି ଇଣ୍ଡିଆର, ଇଣ୍ଟନ୍ୟାସନ୍ୟାଲ ହକି ଫେଡରେସନର କର୍ମ କର୍ତ୍ତା ପ୍ରମ୍ମୁଖ ଯୋଗ ଦେଇଥିଲେ । ଭାରତ ଫାଇନାଲକୁ ଆସି ପାରି ନଥିଲେ ବି ଫାଇନାଲ ମ୍ୟାଚ ଦେଖିବାକୁ କଳିଙ୍ଗ ଷ୍ଟାଡିୟମର ଗ୍ୟାଲେରୀରେ ଖଚା ଖଚ ଭିଡ ହୋଇଥିଲା ।