ସ୍କୁଲ ମିଶ୍ରଣ ନିୟମ ବଦଳିଲା : ସିଡ୍ୟୁଲ ଅଂଚଳରେ ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ହେବ -ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
ଭୁବନେଶ୍ୱର : ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ୨୦ ନୁହେଁ ଏଣିକି ସିଡ୍ୟୁଲ ଅଂଚଳରେ ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।। ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ ତେଣୁ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ସ୍କୁଲ ବନ୍ଦ ନେଇ ଗୃହରେ ଉତ୍ତର ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଉଦେଶ୍ୟ ମୂଳକ ଭାବେ ସରକାର କିଛି କରିନାହାନ୍ତି। ଆଇନ ବାହାରକୁ ଯାଇ କିଛି କରିନାହାନ୍ତି ସରକାର। ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଆମର ଲକ୍ଷ୍ୟ । ଛୋଟ ଛୋଟ ବିଦ୍ୟାଳୟ ପାଇଁ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି। ଛୋଟ ଛୋଟ ସ୍କୁଲକୁ ଏକତ୍ର କରି ବୃହତ୍ତ ସ୍କୁଲ କଲେ ଶୈକ୍ଷିକ ବାତାବରଣ ବଢ଼ିବ। ଏକତ୍ରିକରଣ ପାଇଁ ପ୍ରକ୍ରିୟା ଚାଲିଛି। ରାଜ୍ୟରେ ୬୦୪୮ଟି ସ୍କୁଲରେ ୨୦ରୁ କମ ପିଲା ଅଛନ୍ତି। ୭୭୭୨ ସ୍କୁଲ ବନ୍ଦ ପାଇଁ ପ୍ରକ୍ରିୟା ଚାଲିଛି। ୧୭୨୪ ସ୍କୁଲରେ କମ ପିଲା ଅଛନ୍ତି। ଆଦିବାସୀ ଅଂଚଳରେ ୨୦ ରୁ କମ ପିଲା ଥିବା ନିଷ୍ପତ୍ତିକୁ ବଦଳାଇ ୧୫ କରାଯିବ।
୨୦୧୩ରେ ନୂଆ ନିୟମ ଅନୁସାରେ ନନ ସିଡ୍ୟୁଲ ଅଂଚଳରେ ୪୦ ପିଲା ଓ ସିଡ୍ୟୁଲ ଅଂଚଳରେ ୨୦ ପିଲାରୁ କମ ଥିଲେ ସ୍କୁଲ ବନ୍ଦ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ୬୬ ହଜାର ୫୯୪ ସ୍କୁଲ ଅଛି ଯାହାକି ୨୦୦୨-୦୩ ମସିହାଠୁ ୨୧ ହଜାର ୯୨୫ ସ୍କୁଲ ଅଧିକ । ଛୋଟ ଛୋଟ ବିଦ୍ୟାଳୟକୁ ଏକତ୍ରିକରଣ କରି ବୃହତ ସ୍କୁଲ କଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।
odisha mass education minister samir ranjan das on school close issue