ଓଡ଼ିଶା ଲେୟର ଫାର୍ମର୍ସଙ୍କ ଅସୁବିଧା ଦୂରପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ : ଅଧ୍ୟକ୍ଷ ମାନସ ମଙ୍ଗରାଜ

ଓଡ଼ିଶା ଲେୟର ଫାର୍ମର୍ସଙ୍କ ସମସ୍ତ ଅସୁବିଧା ଦୂରପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରେ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇଥିଲେ ଓଡ଼ିଶା ଲେୟର ଫାର୍ମର୍ସର ଆସୋସିଏସନର ଅଧ୍ୟକ୍ଷ ମାନସ ମଙ୍ଗରାଜ । ଓଡ଼ିଶା ଲେୟର ଫାର୍ମର୍ସଙ୍କ ସମସ୍ତ ଅସୁବିଧା ଦୂରପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସମସ୍ତ ସମସ୍ୟାର ଶୀଘ୍ର ସାମଧାନ କରାଯିବ ବୋଲି ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନର ରାଜ୍ୟ ଅଧ୍ୟକ୍ଷ ମାନସ ମଙ୍ଗରାଜ କହିଛନ୍ତି ।

odisha layer farmer association meeting in purusottampur ganjam
ଆଜି ଗଞ୍ଜାମ ଜିଲ୍ଲା ଲେୟର ଫାର୍ମର୍ସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ବୈଠକରେ ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଆଗାମୀ ଦିନରେ କିଭଳି ଏହି ଚାଷୀମାନେ ଅଧିକ ରୋଜଗାରକ୍ଷମ ହେବେ ଓ ଲାଭ ପାଇପାରିବେ ସେ ବିଷୟରେ ମଧ୍ୟ ଶ୍ରୀମଙ୍ଗରାଜ ବିସ୍ତୃତ ଆଲୋଚନା କରିଥିଲେ । କରୋନା ମହାମାରୀ ବେଳେ ଆମିଷ ଖାଇବା ନେଇ ଅପପ୍ରଚାର ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ଯୋଗୁ କିଛିମାସ ହେଲା ସ୍ୱାଭାବିକ ଅବସ୍ଥା ଫରିଛି । ତେଣୁ ବୈଠକରେ ଲେୟର ଚାଷୀମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେପଟେ ଲେୟର ଫାର୍ମିଂ ପାଇଁ ସରକାରୀ ପ୍ରୋତ୍ସାହନକୁ ନେଇ ଚାଷୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।
ଆୟୋଜିତ ବୈଠକରେ ଲେୟର କୁକୁଡ଼ା ଚାଷରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସର୍ବସମ୍ମତ୍ତ ମତ ପ୍ରକାଶ ପାଇଥିଲା । ବ୍ରଏଲର ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦେଇଛନ୍ତି ଏନ୍.ଇ.ସିସି ଅଧ୍ୟକ୍ଷ । ବୈଠକରେ ଗଞ୍ଜାମ ଜିଲ୍ଲାର ଶହେରୁ ଅଧିକ ଚାଷୀ ଓ ବ୍ରୟଲର ଫାର୍ମର ମୁଖ୍ୟ ଅଂଶଗ୍ରହଣ କରିଥିଲେ ।

odisha layer farmer association meeting in purusottampur ganjam