ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ ଗୁଣା କରିଛନ୍ତି । ଧାନ ସହ ୧୩ଟି ଫସଲର ସର୍ବନିମ୍ନ ସହାୟକ ବୃଦ୍ଧି କରାଯାଇଛି । ଧାନର ଏମଏସପି ୬୫ ଟଙ୍କା ବୃଦ୍ଧି କରାଯାଇ ସାଧାରଣ ଧାନ କ୍ୱିଂଟାଲ ପିଛା ୧୮୧୫ ଏବଂ ଗ୍ରେଡ ଏ ଧାନ ପାଇଁ କ୍ୱିଂଟାଲ ପିଛା ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ନିଷ୍ପତି ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି ।
ସେହିପରି ମୁଗ ଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୭୫, ବାଦାମ କ୍ୱିଂଟାଲ ପିଛା ୨୦୦, ସୋୟାବିନ କ୍ୱିଂଟାଲ ପିଛା ୩୧୧, କପା କ୍ୱିଂଟାଲ ପିଛା ୧୦୫, ମକା କ୍ୱିଂଟାଲ ପିଛା ୬୦ଟଙ୍କା ବୃଦ୍ଧି ହୋଇଛି । ମୋଦି ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିବା ନିଷ୍ପତି ଯୋଗୁଁ ସାରା ଦେଶର ଚାଷୀଙ୍କ ସମେତ ଓଡିଆ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।