ବିଜେଡିରେ ବିଲିନ ହେଲା ମୟୁରଭଞ୍ଜ ଜେଏମ୍‌ଏମ୍ : ଦଳରେ ମିଶିଲେ ଶତାଧିକ JMM ନେତା ଓ କର୍ମୀ

ପ୍ରଣବ ପ୍ରକାଶ ଦାସଙ୍କ ସଫଳ ଗୋଟି ଚାଳନା : ବଦଳିଲା ମୟୁରଭଞ୍ଜ ଜିଲ୍ଲା ରାଜନୀତି ସମୀକରଣ

ଭୁବନେଶ୍ୱର : ବଦଳିଲା ମୟୁରଭଞ୍ଜ ଜିଲ୍ଲା ରାଜନୀତି ସମୀକରଣ । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଫଳ ଗୋଟି ଚାଳନା ଜିଲ୍ଲାରେ ବିଜେଡି ବଳକୁ ଦିନକୁ ଦିନ ବଢାଉଥିବା ଦେଖିବାକୁ ମିଳିଛି । ଏମିତିକି ମୟୁରଭଞ୍ଜ ଜିଲ୍ଲା ଜେଏମଏମ ଏବେ ବିଜେଡିରେ ବିଲିନ ହେବା ପରେ ଜିଲ୍ଲାରେ ବିଜେଡି ଭୋଟ ବ୍ୟାଙ୍କ ବଢିବ ବୋଲି କୁହାଯାଉଛି । ଭୁବନେଶ୍ୱରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁୟୁରଭଞ୍ଜର ଜେଏମଏମ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ଜେଏମଏମର ପୂର୍ବତନ ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ , ଜେଏମଏମ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସଂପାଦକ, କୁସୁମୀ ବ୍ଲକ ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ ବିଜେଡିରେ ମିଶିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି ଏହି କର୍ମୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। ତାଙ୍କ ନୀତି ଆଦର୍ଶ ଓ ପ୍ରଣବ ପ୍ରକାଶ ଦାସଙ୍କ ଦୃଢ଼ ନେତୃତ୍ୱରେ ଆମେ ବିଜେଡିରେ ଯୋଗ ଦେଲୁ। ମୋଦି ସରକାର ଆଦିବାସୀଙ୍କ ପାଇଁ ଯେଉଁ ନୀତି କରୁଛନ୍ତି, ସେଥିରେ ନବୀନଙ୍କ ବିକଳ୍ପ ନାହିଁ ବୋଲି କହିଛନ୍ତି ଦଳରେ ମିଶିଥିବା ନେତା ।