ଦୈନିକ କୋଭିଡ୍ ଟେଷ୍ଟିଂ ମାମଲା: ପ୍ରଥମ ପାଞ୍ଚ ରାଜ୍ୟ ତାଲିକାରେ ଓଡିଶା

ଭୁବନେଶ୍ୱର : ସର୍ବାଧିକ କୋଭିଡ୍ ନମୁନା ପରୀକ୍ଷାରେ ଦେଶର ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନ ପାଇଛି। ଦେଶରେ ପ୍ରତି ୧୦ଲକ୍ଷ ଲୋକରେ ଓଡ଼ିଶାରେ ୮୬୭ଜଣଙ୍କର କୋଭିଡ୍ ଟେଷ୍ଟ୍ କରାଯାଉଛି। ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ସର୍ବାଧିକ ୨୮୨୨ ଥିବା ବେଳେ ଗୋଆରେ ୨୧୬୬, କେରଳରେ ୧୨୩୩, ତାମିଲନାଡୁରେ ୯୨୫ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଦୈନିକ ୫୦ ହଜାର କୋଭିଡ୍ ଟେଷ୍ଟ୍ ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି। ଗତ ୫ ଦିନର ରେକର୍ଡ ଦେଖିଲେ ଓଡିଶାରେ ପାଖାପାଖି ୧ ଲକ୍ଷ ୩୦ ହଜାର ଟେଷ୍ଟ୍ କରାଗଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୨ ହଜାର ୭୬୧ ଟେଷ୍ଟ୍ ହୋଇଛି। ଏହା ଭିତରୁ ୩୬ ହଜାର ୨ଟି ଆଣ୍ଟିଜେନ ଟେଷ୍ଟ୍ ହୋଇଥିବା ବେଳେ ୬ହଜାର ୬୩୫ଟି ଆରଟିପିସିଆର ଟେଷ୍ଟ୍ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଗତ ୧୨ ତାରିଖରେ ପ୍ରାୟ ୪୦ ହଜାର ବ୍ୟକ୍ତିଙ୍କର ଟେଷ୍ଟ୍ କରାଯାଇଥିଲା।